ଏହି ପୃଷ୍ଠାଟି ବୈଧ ହୋଇସାରିଛି
( ୬୯ )
ଦାୟିତ୍ୱ ଆମଙ୍କୁ ସେ ଦେଇଗଲା, ତାକୁ ଆମେ ଠିକ୍ ତୁଲାଇବା ଦରକାର । ଦେଶକୁ ସ୍ୱାଧୀନ କାରିବା, ସବୁ ଅନ୍ୟାୟ ଅତ୍ୟାଚାର ପୋଛି ଦେବା ଆମରି କାମ । ସେଥିପାଇଁ ଆମେ ଆଜି ଶପଥ ନେବା ।
ଏବେ ଭାଇମାନେ ଏକସ୍ୱରରେ କୁହ-
ଶହୀଦ ବାଜିରାଉତ କୀ ଜୟ
ପ୍ରଜାମଣ୍ଡଳ କୀ ଜୟ,
ବନ୍ଦେ ମାତରମ୍ ।
ସେଦିନ ୧୯୪୪ ଅକ୍ଟୋବର ୧୧ତାରିଖ । ଏଇ ଖବର ବିଜୁଳି ବେଗରେ ଚଉଦିଗକୁ ଖେଳିଗଲା । ସ୍ୱାଧୀନତା ଲଢ଼େଇରେ ଝାସ ଦେଇଥିବା
ନେତା ଆଉ କର୍ମୀମାନେ ଧାଇଁଲେ ଢ଼େଙ୍କାନାଳ । ବାଜିଆର ଶବ ଅଣାଗଲା କଟକକୁ । ବଡ଼ ବଡ଼ ରାସ୍ତାରେ ଚାଲିଲା ଶୋଭାଯାତ୍ରା । ନଈକୂଳରେ ଶବ ସତ୍କାର କରାଗଲା । ଦପ୍ ଦପ୍ ହୋଇ ବାଜିଆର ଚିତା ଜଳିଉଠିଲା । ସବୁରି