୮୨ / ଜାତି, ଜାଗୃତି ଓ ପ୍ରଗତି
ରାଜ୍ୟର ପରିବେଶ ପ୍ରତି ବିପଦ ବଢୁଛି
ରାଜ୍ୟରେ ବ୍ୟାପକ ଜଙ୍ଗଲ କ୍ଷୟ, କଳକାରଖାନାରୁ ନିର୍ଗତ ବିଷାକ୍ତ ବାଷ୍ପ, ସ୍ପଞ୍ଜ୍ ଆଇରନ୍ ଶିଳ୍ପ, କ୍ରସରଗୁଣ୍ଡ ମିଶୁଥିବା ବିଷାକ୍ତ ଧୂଳିକଣା ରାଜ୍ୟର ପରିବେଶ ପ୍ରତି ବିପଦ ସୃଷ୍ଟି କରିଛି । ବିସ୍ତୀର୍ଣ୍ଣ ସବୁଜ ପରିବେଶ କ୍ରମେ ହ୍ରାସ ପାଇ ଚାଲିଥିବା ବେଳେ, କଂକ୍ରିଟ୍ ଜଙ୍ଗଲ ଦୃତଗତିରେ ବୃଦ୍ଧି ପାଇ ଚାଲିଛି । ସବୁଜ ଗୃହ ବାଷ୍ପ ଯୋଗୁଁ ବାୟୁମଣ୍ଡଳର ତାପମାତ୍ରା ଅହେତୁକ ଭାବେ ବୃଦ୍ଧି ପାଇ ଚାଲିଛି ଏବଂ ରାଜ୍ୟର ପରିବେଶ ପ୍ରତିିଦିନ ଅଧିକରୁ ଅଧିକ ପ୍ରଦୂଷିତ ହୋଇଚାଲିଛି । କ୍ରମେ ବିଷାକ୍ତ ହୋଇପଡୁଥିବା ବାୟୁମଣ୍ଡଳ ଯୋଗୁଁ ଲୋକେ ବିଭିନ୍ନ ରୋଗର ଶିକାର ହୋଇପଡୁଥିବା ବେଳେ ପରିବେଶକୁ ପ୍ରଦୂଷଣମୁକ୍ତ କରିବାପାଇଁ ଯେଉଁ ଉଉ୍ୟମ ହେବା କଥା ତାହା ହେଉନଥିବାରୁ ପରିବେଶବିତ୍ମାନେ ଉଦବେଗ ପ୍ରକାଶ କରିଛନ୍ତି ।
ଶିଳ୍ପ ପ୍ରଦୂଷଣ :
ରାଜ୍ୟରେ ବର୍ତ୍ତମାନ ପ୍ରାୟ ୧୦୦ଟି ସ୍ପଞ୍ଜ୍ ଆଇରନ୍ କାରଖାନା ଓ ୧୨୦୦ କ୍ରସର କାର୍ଯ୍ୟ କରୁଛି । ସେଗୁଡ଼ିକ ମଧ୍ୟରୁ ଅଳ୍ପ କେତେକ ସ୍ପଞ୍ଜ୍ ଆଇରନ୍ ଓ କ୍ରସର ପ୍ରଦୂଷଣ ନିୟମ ଅନୁଯାୟୀ ପ୍ରଦୂଷଣ ନିୟନ୍ତ୍ରଣ ଯନ୍ତ୍ର ବ୍ୟବହାର କରୁଛନ୍ତି । ପ୍ରଦୂଷଣ ନିୟନ୍ତ୍ରଣ ଯନ୍ତ୍ର ବ୍ୟବହାର କରୁ ନ ଥିବା ଶିଳ୍ପ ବିରୋଧରେ ସାଧାରଣ ଲୋକଙ୍କ ପକ୍ଷରୁ ଅଭିଯୋଗ ହେଲେ ମଧ୍ୟ ବହୁ କ୍ଷେତ୍ରରେ କାର୍ଯ୍ୟାନୁଷ୍ଠାନ ହେଉନାହିଁ । ରାଜ୍ୟରେ ବର୍ତ୍ତମାନ ବାର୍ଷିକ ପ୍ରାୟ ୩ ନିୟୁତ ଟନ୍ ଇସ୍ପାତ୍ ଉତ୍ପାଦନ ହେଉଥିବା ବେଳେ ଇସ୍ପାତ୍ ଉତ୍ପାଦନକୁ ୫୬ ନିୟୁତ ଟନକୁ ବୃଦ୍ଧି କରିବାପାଇଁ ରାଜ୍ୟ ସରକାର ଲକ୍ଷ୍ୟ ରଖିଛନ୍ତି । ଏଥିପାଇଁ ୫୪ଟି ଦେଶୀ ଓ ବିଦେଶୀ କମ୍ପାନୀ ସହ ବୁଝାମଣାପତ୍ର ସ୍ୱାକ୍ଷର ହୋଇଛିି । ପରିବେଶବିତ୍ଙ୍କ ମତରେ ୫୬ ନିୟୁତ ଟନ୍ ଇସ୍ପାତ ଉତ୍ପାଦନ ପାଇଁ ୫୫ ନିୟୁତ ଟନ୍ ଫସିଲ କୋଇଲା