ନିଳଚକ୍କର ବାନା ନାଲିଆ ବନ୍ଧୁ ଦେଖ ତାକୁକୁ

ନୂତନ ଜଗନ୍ନାଥ ଜଣାଣ ଓ ଭଜନ
ଲେଖକ/କବି: ପ୍ରଫୁଲ୍ଲ କର
ନୀଳଚକ୍କର ବାନା ନାଲିଆ ବନ୍ଧୁ ଦେଖ ତାକୁ

ନୀଳଚକ୍କର ବାନା ନାଲିଆ ବନ୍ଧୁ ଦେଖ ତାକୁ ।(ଘୋଷା)
ଦେଉଳେ ବସିଛି କାଳିଆ ବନ୍ଧୁ ଦେଖ ତାକୁ ।
ବାଇଶି ପାହାଚ ଖସଡା ବନ୍ଧୁ ଚଢ଼ ତାକୁ ।
ଆନନ୍ବଜାରେ ଅଭଡ଼ା ବନ୍ଧୁ ଭୁନ୍ଜ ତାକୁ ।
ଭକତିରେ ଭରି ଅନ୍ତର ବନ୍ଧୁ ପୂଜ ତାକୁ ।
କରିଦେବ ତତେ ମନ୍ତର ବନ୍ଧୁ ଜପ ତାକୁ ।
ସଂସାରେ କରିବ ଊଦ୍ଧାର ବନ୍ଧୁ ଡ଼ାକେ ତାକୁ । (ଘୋଷା)
ଆଊଜି ଗରୁଡ ଖୁମ୍ବରେ ବନ୍ଧୁ ଧର ତାକୁ ।
ଘିଅରେ ବଲିତା ଆଗରେ ବନ୍ଧୁ ଜାଳେ ତାକୁ ।
ଘଣ୍ଟ ମାରଦଳ କାହାଳୀ ବନ୍ଧୁ ଶୁଣ ତାକୁ ।
ହରିବୋଲ ହରିବୋଲକୁ ବନ୍ଧୁ ଘୋଷତାକୁ । (ଘୋଷା)
ନିରିମାଲ୍ୟ କରି ସମ୍ପତ୍ତି ବନ୍ଧୁ ରଖତାକୁ ।
ଜାରାକୁ ତ ମୋହ ମାୟାକୁ ବନ୍ଧୁ ବୋଲ ତାକୁ ।
ମନ ଖୋଲି ମନ କଥାଟି ବନ୍ଧୁ କ‌ହତାକୁ ।
ବଇକୁନ୍ଠେ ନେଇ ଥୋଇବ ବନ୍ଧୁ ମାନେ ତାକୁ ।(ଘୋଷା)