ଏହି ପୃଷ୍ଠାଟି ବୈଧ ହୋଇସାରିଛି

ମସ୍ତକରେ ଚନ୍ଦ୍ରମା, ହୃଦୟରେ ଚିନ୍ତାମଣି ଶୋଭା ପାଉଥିଲା । ବିଶାଳ ଓ ଉନ୍ନତ ଉଦର, ଛୋଟ ଛୋଟ ହାତ ପାଦ, ଜୁଲା ପରି କାନ ଓ ଛୋଟ ଆଖିରେ ଗଜାନନ ଗଣେଶଙ୍କର ରୂପ ଖୁବ୍ କୌତୁକପୂର୍ଣ୍ଣ ହୋଇଥଲା । ଏହି ଅବତାରରେ ତାଙ୍କର ବାହନ ଥିଲା ମୂଷିକ । ମହର୍ଷି ପରାଶର ଓ ତାଙ୍କ ଧର୍ମପତ୍ନୀ ବତ୍ସଳା ତାଙ୍କୁ ଲାଳନ ପାଳନ କରିଥିଲେ । ଦ୍ବାପର ଯୁଗରେ ଗଜାନନ ଅବତାରରେ ସେ ଦୁଷ୍ଟ ଅସୁର ସିନ୍ଦୂରକୁ ବଧ କରି ତା’ର ରକ୍ତକୁ ନିଜ ଶରୀରରେ ଲେପନ କରିଥଲେ । ସିନ୍ଦୂରର ବଧ ପରେ ସ୍ୱର୍ଗ, ମର୍ଯ୍ୟ ଓ ପାତାଳ- ଏହି ତ୍ରିଲୋକ ଭୟାନକ ବିପତ୍ତିରୁ ରକ୍ଷା ପାଇଥିଲା । ସେହିଦିନୁ ତାଙ୍କର ନାମ ହୋଇଥଲା, ସିନ୍ଦୂରପ୍ରିୟ, ସିନ୍ଦୂରହା ଓ ସିନ୍ଦୂର ବଦନ । ପାର୍ବତୀଙ୍କ ପୁତ୍ର ରୂପେ ପ୍ରକଟ ହେଲେ ହେଁ ସେ ଏହି ଅବତାରରେ ବରେଣ୍ୟ ଓ ପୁଷ୍ପିକାଙ୍କ ପୁତ୍ର ରୂପେ ପରିଚିତ ହୋଇଥିଲେ । ନିଜ ପିତା ବରେଣ୍ୟଙ୍କୁ ସେ ଯେଉଁ ମୁଲ୍ୟବାନ ଉପଦେଶ ଦେଇଥିଲେ ସେହି ଉପଦେଶ 'ଗଣେଶ ଗୀତା' ନାମରେ ପ୍ରସିଦ୍ଧ ।

ଭଗବାନ ବିଷ୍ଣୁଙ୍କ କଳ୍କୀ ଅବତାର ପରି ଗଣେଶଙ୍କର ମଧ୍ୟ ଏକ ଶେଷ ଅବତାରର କଳ୍ପନା ଗଣେଶ ପୁରାଣରେ କରାଯାଇଛି । ସେଥିରେ ବର୍ଣ୍ଣନା ଅଛି ଯେ କଳିଯୁଗ ଶେଷରେ ଗଣେଶ ଧୂମ୍ରକେତୁ ରୂପରେ ଆବିର୍ଭୂତ ହେବେ । ସେତେବେଳେ ତାଙ୍କର ଶରୀର ହେବ ଶ୍ୟାମବର୍ଣ୍ଣ । କଳ୍କୀ ଅବତାର ପରି ତାଙ୍କର ବାହନ ମଧ୍ୟ ହେବ ଅଶ୍ୱ । ଦ୍ୱିଭୁଜ ଧୂମ୍ରକେତୁ ତୀକ୍ଷ୍‌ଣ ତରବାରିରେ କଳି ସଂହାର କରିବେ ।

‘ଗଣେଶ ପୁରାଣ’ରେ ବର୍ଣ୍ଣିତ ଚାରି ଅବତାର ବ୍ୟତୀତ ‘ମୁଦ୍‌ଗଲ ପୁରାଣ’ରେ ମଧ୍ୟ ଗଣେଶଙ୍କର ବହୁ ଅବତାରର ବର୍ଣ୍ଣନା ଅଛି । ସେଥିମଧ୍ୟରୁ ଆଠଟି ଅବତାର ମୁଖ୍ୟ । ସେହି ଆଠଟି ଅବତାର ହେଉଛନ୍ତି :
୧- ବକ୍ରତୁଣ୍ଡ : ତାଙ୍କର ବାହନ ସିଂହ, ସେ ମତ୍ସରାସୁରକୁ ନିହତ କରିଥଲେ ।
୨- ଏକଦନ୍ତ : ତାଙ୍କର ବାହନ ମୂଷିକ ଓ ସେ ମଦାସୁରର ହନ୍ତା ।
୩- ମହୋଦର : ତାଙ୍କର ବାହନ ମୂଷିକ ଓ ମୋହାସୁରର ବିନାଶକ ଓ ଜ୍ଞାନଦାତା ।
୪- ଗଜାନନ : ତାଙ୍କର ବାହନ ମୂଷିକ ଓ ସେ ଲୋଭାସୁରର ବିନାଶକ ।
୫- ଲୟୋଦର : ତାଙ୍କର ବାହନ ମୂଷିକ ଓ ସେ କ୍ରୋଧାସୁରର ନାଶକାରୀ ।
୬- ବିକଟ : ତାଙ୍କର ବାହନ ମୟୁର ଓ ସେ କାମାସୁରର ହନ୍ତା ।
୭- ବିଘ୍ନରାଜ : ତାଙ୍କର ବାହନ ଶେଷ ଓ ସେ ମମତାସୁରର ବିନାଶକ ।
୮- ଧୂମ୍ରବର୍ଣ୍ଣ : ତାଙ୍କର ବାହନ ମୂଷିକ ଓ ସେ ଅହଂ ଅସୁରର ବିନାଶକାରୀ ।

ଏଣୁ କାମ, କ୍ରୋଧ, ଲୋଭ, ମୋହ, ମଦ, ମାତ୍ସର୍ଯ୍ୟ, ମମତା (ଆସକ୍ତି) ଓ ଅହଂ ଆଦି ଅସୁରଙ୍କୁ ନାଶ କରିବା ସହିତ ଗଣେଶ ଆମ ମନରୁ ଏହି ସବୁ ଦୁଷ୍ଟ ପ୍ରବୃଭିକୁ ମଧ୍ୟ ବିନାଶ

ଆମ ଦେବଦେବୀ .