ପୃଷ୍ଠା:Aama Odia Byakarana.pdf/୧୩

ଏହି ପୃଷ୍ଠାଟି ବୈଧ ହୋଇସାରିଛି

ରମା ରମା ନାମେ     ଦୁଇଟି ବାଳିକା
ଗୋଟିଏ ଗାଆଁରେ ଘର ।
ରମା ବାପା ଯଦୁ     ରମା ବାପା ମଧୁ
କହିଲେ ବୁଝନ୍ତି ନର ।

ନିମ୍ନଲିଖିତ ବାକ୍ୟମାନଙ୍କରେ ବିଭିନ୍ନାର୍ଥକ ଶବ୍ଦ ଚିହ୍ନାଅ -

ବାଳିକାଟି କାଳିକଲମରେ ଲେଖୁଛି ।
ସତ୍ୟବାଦୀଲୋକର ଦେହରେ କାଳି ଲାଗେ ନାହିଁ ।
ହରିର ଧନଠାରୁ ନରିର ଧନ ତିନିଗୁଣ ଅଧିକ ।
ଶ୍ରଦ୍ଧା, ଦୟା, କ୍ଷମା ଆଦି ମଣିଷର ଭଲଗୁଣ ଅଟେ ।
ଛାତ୍ରଟି ଶିକ୍ଷକଙ୍କ ପ୍ରଶ୍ନର ଠିକ୍‍ ଉତ୍ତର ଦେଲା ।
ଶୀତଦିନେ ଉତ୍ତର ଦିଗରୁ ପବନ ବହେ ।
ଆମର ଉତ୍ତରପୁରୁଷମାନେ ଆମଠାରୁ ଅଧିକ ଯୋଗ୍ୟ ହେବା ଦରକାର ।

[[ଫାଇଲ:|432px|page=13]]

ଆମ ଓଡ଼ିଆ ବ୍ୟାକରଣ ■ ୧୫