ପୃଷ୍ଠା:Aama Odia Byakarana.pdf/୧୫

ଏହି ପୃଷ୍ଠାଟି ବୈଧ ହୋଇସାରିଛି

ତୁମେ ନିମ୍ନଲିଖିତ ଶବ୍ଦଗୁଡ଼ିକରେ କେତୋଟି ଲେଖାଏଁ ଅକ୍ଷର ଅଛି, ଭାଗଭାଗ କରି ଦେଖାଅ-

ଖାତା, ଖେଳାଳି, କୋଇଲି, ଐରାବତ, ସୌଦାଗର ।

ଅକ୍ଷର ମଧ୍ୟ ଗୋଟିକିଆ ନୁହେଁ । ଅକ୍ଷରରେ ଦୁଇଟି ଅଂଶ ଥାଏ । ଦୁଇଟି ଅଂଶ ମିଶି ଗୋଟିଏ ହୋଇଯାଇଥାଏ । କିପରି ମିଶିକରି ଗୋଟିଏ ହୋଇଯାଇଥାଏ, ତାହା ଆମେ + ଚିହ୍ନଦ୍ୱାରା ଦେଖାଇ ପାରିବା -

ହ + ଆ= ହା, ତ + ଇ = ତୀ = ହାତୀ
ପ + ଇ= ପି, ଜ + ଉ = ଜୁ , ଳ + ଇ = ଳି ପିଜୁଳି

ଅକ୍ଷରର ପ୍ରତ୍ୟେକ ଅଂଶକୁ ବର୍ଣ୍ଣ କହନ୍ତି ।

ତେଣୁ ‘ହାତୀ’ ଶବ୍ଦରେ ଚାରିଟି ବର୍ଣ୍ଣ ଅଛି । ଯଥା- ହ, ଆ, ତ, ଈ ।

‘ପିଜୁଳି , ଶବ୍ଦରେ ଛଅଟି ବର୍ଣ୍ଣ ଅଛି । ଯଥା- ପ, ଇ, ଜ, ଉ, ଳ, ଇ

(ଅକ୍ଷରର ଦୁଇଟିରୁ ଅଧିକ ଅଂଶ ମଧ୍ୟ ଥାଏ । ତାହା ତୁମେ ଯୁକ୍ତାକ୍ଷର ପଢ଼ିଲେ ଜାଣିବ ।)

ଆମ ଓଡ଼ିଆ ଭାଷାରେ ପଚାଶଟି ବର୍ଣ୍ଣ ଅଛି । ଯଥା-

କ୍ଷ
ଂ (ଅନୁସ୍ୱାର) ଃ (ବିସର୍ଗ) ଁ (ଚନ୍ଦ୍ରବିନ୍ଦୁ)

ଏହି ୫୦ଟି ବର୍ଣ୍ଣକୁ ଆମ ଭାଷାର ବର୍ଣ୍ଣମାଳା କୁହାଯାଏ ।

ଅ’ଠାରୁ ‘ଔ’ ପର୍ଯ୍ୟନ୍ତ ବର୍ଣ୍ଣଗୁଡ଼ିକୁ ସ୍ୱରବର୍ଣ୍ଣ କହନ୍ତି ।

ଆମ ଓଡ଼ିଆ ବ୍ୟାକରଣ ■ ୧୭