ପୃଷ୍ଠା:Aama Odia Byakarana.pdf/୨୪

ଏହି ପୃଷ୍ଠାଟି ବୈଧ ହୋଇସାରିଛି

ନିମଲିଖିତ କ୍ରିୟା ପଦଗୁଡ଼ିକୁ ବିଭନ୍ନ କାଳରେ ପରିଣତ କର । ଯେପରି-

ହସେ ହସୁଛି ହସିଲା ହସୁଥିଲା ହସିବ ହସୁଥିବ
କାନ୍ଦେ ...... ...... ...... ...... ......
ଦେଖେ ...... ...... ...... ...... ......
କରନ୍ତି ...... ...... ...... ...... ......
ପଢ଼ୁ ...... ...... ...... ...... ......
ଲେଖନ୍ତି ...... ...... ...... ...... ......
ଖାଉଁ ...... ...... ...... ...... ......
ଶୁଣେ ...... ...... ...... ...... ......

କ୍ରିୟାପଦ ହେଉଛି ବାକ୍ୟର ପ୍ରଧାନପଦ । କାରଣ ବାକ୍ୟରେ ଯେତେ ପଦ ଥିଲେ ମଧ୍ୟ କ୍ରିୟାପଦଟି ନଥିଲେ ବାକ୍ୟର ଅର୍ଥ ଭଲ ଭାବେ ଜଣାପଡ଼େ ନାହିଁ । ଯେପରି-

ଭଗତ ସିଂ ଦେଶପାଇଁ ପ୍ରାଣ ଦେଇଥିଲେ ।

ଏଥିରେ ‘ଦେଇଥିଲି’ କ୍ରିୟାପଦଟି ନ ଦିଆଗଲେ ବାକ୍ୟର ଅର୍ଥ ଭଲ ଭାବେ ଜଣାପଡ଼ିବ ନାହିଁ ।

କ୍ରିୟାପଦ ଅଟଇ ତ ବାକ୍ୟର ରାଣୀ
ତା ବିନା ବାକ୍ୟର ଅର୍ଥ ନହୁଏ ଜାଣି ।
ସବୁପଦ ସଙ୍ଗେ ଥାଏ ସମ୍ବନ୍ଧ ତାର
ତେଣୁ ବାକ୍ୟଟି ଅଟଇ ତା ପରିବାର ।

[[ଫାଇଲ:|432px|page=24]]

୨୬ ■ ଆମ ଓଡ଼ିଆ ବ୍ୟାକରଣ