ପୃଷ୍ଠା:Aama Odia Byakarana.pdf/୨୬

ଏହି ପୃଷ୍ଠାଟି ବୈଧ ହୋଇସାରିଛି
ଅଗ ଚତୁର ଥୟ
ଇଟା ଛତା ମକା
କପାଳ ଜଉ ଲୟ
ଖଇର ଟଙ୍କା ହଳ

ତା ପରେ ଶିକ୍ଷୟିତ୍ରୀ ତାକୁ ଆଉ କେତେଗୁଡଏ ଶବ୍ଦ ସଜାଇ ଲେଖିବାପାଇଁ ଦେଲେ-

କାମ ଗେଲ ସୁନା
ଚୋରି କୌଶଳ କୀଟ
ଦିନ ଖାତା ଛେଲି
ବୁଟ କୃଷକ ହିତ

ବନ୍ଦନା ଲକ୍ଷ୍ୟକଲା, ଏଥର ଶବ୍ଦଗୁଡ଼ିକର ମୂଳ ଅକ୍ଷରରେ ଆ କାର, ହ୍ରସ୍ୱ ଇକାର, ଦୀର୍ଘ ଈକାର, ହ୍ରସ୍ୱ ଉକାର, ଦୀର୍ଘ ଊକାର ଆଦି ରହିଛି । ସେ ବର୍ଣ୍ଣ ଏବଂ ଆ କାର, ହ୍ରସ୍ୱ ଇକାର, ହ୍ରସ୍ୱ ଉକାର ପ୍ରଭୃତି, ଉଭୟକୁ କ୍ରମ ଅନୁସାରେ ରଖି ଶବ୍ଦଗୁଡ଼ିକୁ ସଜାଇଲା ।

କାମ ଖାତା ଦିନ
କୀଟ ଗେଲ ବୁଟ
କୃଷକ ଚୋରି ସୁନା
କୌଶଳ ଛେଲି ହିତ

ଶିକ୍ଷୟିତ୍ରୀ ଆନନ୍ଦିତ ହୋଇ କହିଲେ, ବର୍ତ୍ତମାନ ତୁମେ ଅଭିଧାନ ବହିରେ ‘ପାପ’ ଶବ୍ଦଟି କେଉଁଠି ଅଛି, ବାହାର କର ଏବଂ ତାହାର ଅର୍ଥ କଅଣ ଲେଖାହୋଇଛି, କହ । ବନ୍ଦନା ଏଥର ଶବ୍ଦଟି ପାଇପାରିଲା ଏବଂ ଜାଣିଲା ଯେ ‘ପାପ’ର ଅର୍ଥ ଗଛ ।

୨୮ ■ ଆମ ଓଡ଼ିଆ ବ୍ୟାକରଣ