ପୃଷ୍ଠା:Aama Odia Byakarana.pdf/୩୦

ଏହି ପୃଷ୍ଠାଟି ବୈଧ ହୋଇସାରିଛି
କାହାକୁ, କଅଣ ?

(କ) ଶିକ୍ଷକ ଛାତ୍ରଟିକୁ ବୁଝାଇଦେଲେ ।
(ଖ) ରତ୍ନା ଫୁଲଗଛ ଲଗାଉଛି ।

ପ୍ରଥମ ବାକ୍ୟରେ ‘ବୁଝାଇଦେଲେ’ କ୍ରିୟାପଦ ଏବଂ ଦ୍ୱିତୀୟ ବାକ୍ୟରେ ‘ଲଗାଉଛି’ କ୍ରିୟାପଦ । ଆମେ କ୍ରିୟାପଦର ମୂଳରେ କାହାକୁ ବା କଅଣ ଲଗାଇ ପ୍ରଶ୍ନ କରିବା ଏବଂ ଉତ୍ତରରେ କି କି ପଦ ମିଳୁଛି, ଦେଖିବା ।

ପ୍ରଶ୍ନ ଉତ୍ତର
କାହାକୁ ବୁଝାଇଦେଲେ ? ଛାତ୍ରଟିକୁ
କଅଣ ଲଗାଉଛି ? ଫୁଲଗଛ (ଫୁଲଗଛକୁ)

କ୍ରିୟାପଦର ପୂର୍ବରୁ କାହାକୁ ବା କଅଣ ଲଗାଇ ପ୍ରଶ୍ନ କଲେ ଉତ୍ତରରେ ଯେଉଁ ପଦ ମିଳେ, ତାହା କର୍ମକାରକ ।

ଉପର ବାକ୍ୟ ଦୁଇଟିରେ ‘ଛାତ୍ରଟିକୁ’ ଏବଂ ‘ଫୁଲଗଛ’ କର୍ମକାରକ ।

ତୁମେ ନିମ୍ନଲିଖିତ ବାକ୍ୟଗୁଡ଼ିକରେ କର୍ମକାରକ ଚିହ୍ନାଅ ।

(କ) ଶିଳ୍ପୀମାନେ କୋଣାର୍କ ମନ୍ଦିର ଗଢ଼ିଥିଲେ ।
(ଖ) ମଣିଷ ବିପଦବେଳେ ଈଶ୍ୱରଙ୍କୁ ଡାକେ ।
(ଗ) ହରି ହାଟରେ କଦଳୀ ବିକିଲା ।
(ଘ) ମୁଁ ମୁମ୍ବାଇ ଗଲେ ତୁମକୁ କହିବି ।
(ଙ) ସେ ପ୍ରତିିଦିନ ସକାଳେ ଖବରକାଗଜ ପଢ଼ନ୍ତି ।

[[ଫାଇଲ:|432px|page=30]]

୩୨ ■ ଆମ ଓଡ଼ିଆ ବ୍ୟାକରଣ