ପୃଷ୍ଠା:Aama Odia Byakarana.pdf/୩୩

ଏହି ପୃଷ୍ଠାଟି ବୈଧ ହୋଇସାରିଛି

ତୁମେ ନିମ୍ନଲିଖିତ ବାକ୍ୟମାନଙ୍କରେ ସଂପ୍ରଦାନ କାରକଗୁଡ଼ିକୁ ଚିହ୍ନାଅ ।

(କ) ମାଆ ପୁଅନିମନ୍ତେ ବହି କିଣିଲେ ।
(ଖ) ରାମଚନ୍ଦ୍ର ପିତାଙ୍କ ସତ୍ୟରକ୍ଷାନିମିତ୍ତ ବନକୁ ଗଲେ ।
(ଗ) ସତ କହିବାକୁ କିଆଁ ଡରିବି ।
(ଘ) ଆସନସକାଶେ ବୃଦ୍ଧେ ଏଡ଼େ ବାଇ ।
(ଙ) କଲରା ଖାଇବାକୁ ପିତା, କିନ୍ତୁ ଦେହକୁ ହିତ ।
(ଚ) ପିତାମାତା ପିଲାଙ୍କପାଇଁ ବହୁତ କଷ୍ଟ ସହନ୍ତି ।
(ଛ) ଭୀମ ଭୋଇ ଜଗତନିମନ୍ତେ ପ୍ରାର୍ଥନା କରୁଥିଲେ ।

[[ଫାଇଲ:|432px|page=33]]

ଆମ ଓଡ଼ିଆ ବ୍ୟାକରଣ ■ ୩୫