ପୃଷ୍ଠା:Aama Odia Byakarana.pdf/୩୪

ଏହି ପୃଷ୍ଠାଟି ବୈଧ ହୋଇସାରିଛି
କାହାଠାରୁ, କେଉଁଠାରୁ ?

(କ) ବନ୍ଦିତା ନନ୍ଦିତାଠାରୁ ବହି ନେଲା ।
(ଖ) ପାଚିଲା ଆମ୍ବଗୁଡ଼ିଏ ଗଛରୁ ଝଡ଼ିଲା ।

ପ୍ରଥମ ବାକ୍ୟରେ ‘ନେଲା’ କ୍ରିୟାପଦ ଏବଂ ଦ୍ୱିତୀିୟ ବାକ୍ୟରେ ‘ଝଡ଼ିଲା’ କ୍ରିୟାପଦ । ଏହି କ୍ରିୟାପଦ ଦୁଇଟିର ପୂର୍ବରୁ ଆମେ କାହାଠାରୁ ବା କେଉଁଠାରୁ ଲଗାଇ ପ୍ରଶ୍ନ କରିବା ଏବଂ ଉତ୍ତରରେ କି କି ପଦ ମିଳୁଛି ଦେଖିବା ।

ପ୍ରଶ୍ନ ଉତ୍ତର
କାହାଠାରୁ ନେଲା ? ନନ୍ଦିତାଠାରୁ
କେଉଁଠାରୁ ଝଡ଼ିଲା ? ଗଛରୁ

କ୍ରିୟାପଦର ପୂର୍ବରୁ କାହାଠାରୁ ବା କେଉଁଠାରୁ ଲଗାଇ ପ୍ରଶ୍ନ କଲେ ଉତ୍ତରରେ ଯେଉଁ ପଦ ମିଳେ, ତାହାକୁ ଅପାଦାନ କାରକ କହନ୍ତି ।

ଉପର ବାକ୍ୟ ଦୁଇଟିରେ ‘ନନ୍ଦିତାଠାରୁ’ ଏବଂ ‘ଗଛରୁ’ ଦୁଇଟି ଅପାଦାନ କାରକ ।

ତୁମେ ନିମ୍ନଲିଖିତ ବାକ୍ୟମାନଙ୍କରେ ଅପାଦାନ କାରକ ଚିହ୍ନାଅ ।

(କ) ସୈନ୍ୟମାନେ ଉଡ଼ାଜାହାଜରୁ ଡେଇଁଲେ ।
(ଖ) ଶ୍ରୀକୃଷ୍ଣ ଗୁରୁଙ୍କଠାରୁ ବିଦ୍ୟାଶିକ୍ଷା କଲେ ।
(ଗ) ଫଟା ମାଠିଆରୁ ପାଣି ଝରେ ।
(ଘ) ଗଙ୍ଗାନ‌ଦୀ ହିମାଳୟରୁ ବାହାରିଅଛି ।
(ଙ) ବୃକ୍ଷଠାରୁ ଆମେ ବହୁତ ଉପକାର ପାଉଁ ।

[[ଫାଇଲ:|432px|page=34]]

୩୬ ■ ଆମ ଓଡ଼ିଆ ବ୍ୟାକରଣ