ପୃଷ୍ଠା:Aama Odia Byakarana.pdf/୩୬

ଏହି ପୃଷ୍ଠାଟି ବୈଧ ହୋଇସାରିଛି

ଉପର ବାକ୍ୟ ଦୁଇଟିରେ ‘ପିଲାଙ୍କର’ ଏବଂ ‘ସାଙ୍ଗର’ ଦୁଇଟି ସମ୍ବନ୍ଧ ପଦ ।

ତୁମେ ନିମ୍ନଲିଖିତ ବାକ୍ୟମାନଙ୍କରେ ସମ୍ବନ୍ଧ ପଦ ଚିହ୍ନାଅ ।

(କ) ଲୋକଙ୍କର ଉନ୍ନତିପାଇଁ ସରକାର ବହୁତ ଚେଷ୍ଟା କରୁଛନ୍ତି ।
(ଖ) ଗୁଣୀଲୋକ ଗୁଣର ମୂଲ୍ୟ ବୁଝନ୍ତି ।
(ଗ) ଗୁରୁଜନଙ୍କ ଉପଦେଶେ ମାନିବା ଉଚିତ ।
(ଘ) ବରଗଛର ଓହଳ ଭୂଇଁକୁ ଲାଗିଥାଏ ।
(ଙ) ସମୁଦ୍ରର ଜଳ ଲୁଣିଆ ।
(ଚ) ଛାତ୍ରାବାସରେ ରହିଲେ ପିଲାମାନଙ୍କର ଚାଲିଚଳଣ ବଦଳିଯାଏ ।
(ଛ) ମହାତ୍ମାଗାନ୍ଧୀଙ୍କର ନାମ କିଏ ନଜାଣେ ?

[[ଫାଇଲ:|432px|page=36]]

୩୮ ■ ଆମ ଓଡ଼ିଆ ବ୍ୟାକରଣ