ପୃଷ୍ଠା:Aama Odia Byakarana.pdf/୪୧

ଏହି ପୃଷ୍ଠାଟି ବୈଧ ହୋଇସାରିଛି

ନିମ୍ନଲିଖିତ ପ୍ରତ୍ୟେକ ବାକ୍ୟରେ ପାଞ୍ଚଟି ଲେଖାଏଁ ଏକା ପ୍ରକାର ବିଶେଷ୍ୟ ଏବଂ ଗୋଟିଏ ଲେଖାଏଁ ଭିନ୍ନ ପ୍ରକାର ବିଶେଷ୍ୟ ଅଛି । ସେହି ଭିନ୍ନ ପ୍ରକାର ବିଶେଷ୍ୟଗୁଡ଼ିକୁ ଚିହ୍ନାଇଦିଅ ।

(କ) ମହୁ, ଚାଉଳ, ଚିନି, ସହର, କନ୍ଦ, କାଚ
(ଖ) ଯୋଗାଣ, ରାନ୍ଧିବା, ଧୈର୍ଯ୍ୟ, ଖଟଣି, କାଟିବା, ବନ୍ଦାଣ
(ଗ) ଦିଲ୍ଲୀ, ବୈଶାଖ, ପଥର, ଚୀନ୍‍, ଧଉଳିଗିରି, ପୁରୀ
(ଘ) ଗାଈ, ବାଳକ, ପକ୍ଷୀ, ମଇଁଷି, ମୟୂରଭଞ୍ଜ, ମଣିଷ
(ଙ) ଭକ୍ତି, ସାହସ, ଭୟ, ବିନୟ, ମାଟି, ପାଣ୍ଡିତ୍ୟ

ନିମ୍ନଲିଖିତ ପଦରେ ବିଶେଷ୍ୟ ପଦଗୁଡ଼ିକୁ ଚିହ୍ନାଇଦିଅ ।

ନର ପଶୁ ପକ୍ଷୀ କୀଟ ତରୁ ଲତା ତୃଣ,
ସମସ୍ତଙ୍କୁ ମଙ୍ଗଳରେ ରଖ ନାରାୟଣ ।
ରାମ କୃଷ୍ଣ ମହମ୍ମଦ ଯୀଶୁ ବୁଦ୍ଧ ନାମେ
ସୁଖ ଶାନ୍ତି ଖେଳିଯାଉ ପୁର ପଲ୍ଲୀ ଗ୍ରାମେ ।

[[ଫାଇଲ:|432px|page=41]]

ଆମ ଓଡ଼ିଆ ବ୍ୟାକରଣ ■ ୪୩