ପୃଷ୍ଠା:Aama Odia Byakarana.pdf/୪୯

ଏହି ପୃଷ୍ଠାଟି ବୈଧ ହୋଇସାରିଛି
ପୁରୁଷ


(କ) ମୁଁ ପଢ଼ିଲି ଆମ୍ଭେମାନେ ପଢ଼ିଲୁଁ ।
(ଖ) ତୁମେ ପଢ଼ିଲ ତୁମେମାନେ ପଢ଼ିଲ ।
(ଗ) ବାଳକଟି ପଢ଼ିଲା ବାଳକମାନେ ପଢ଼ିଲେ ।

ଉପର ବାକ୍ୟଗୁଡ଼ିକରେ କ୍ରିୟାପଦଗୁଡ଼ିକ ବଦଳିଥିବାର ଦେଖିପାରୁଛ । କାହିଁକି ବଦଳିଛି ?

ପୁରୁଷ ଅନୁସାରେ କ୍ରିୟାପଦ ବଦଳେ ।

ମୁଁ, ଆମେ, ଆମେମାନେ ପ୍ରଥମ ପୁରୁଷ
ତୁ, ତୁମେ, ତୁମେମାନେ ଦ୍ୱିତୀୟ ପୁରୁଷ
ଆଉ ଅନ୍ୟ ସମସ୍ତେ ତୃତୀୟ ପୁରୁଷ

ବିଭିନ୍ନ ବିଭକ୍ତିରେ ଏବଂ ଏକବଚନ ତଥା ବହୁବଚନରେ ପ୍ରଥମ ପୁରୁଷର ରୂପ ଏହିପରି ହୁଏ-

ମୋର, ଆମର, ଆମମାନଙ୍କର, ମୋଠାରୁ, ଆମଠାରୁ , ଆମମାନଙ୍କଠାରୁ, ମୋତେ, ଆମକୁ, ଆମମାନଙ୍କୁ, ମୋଠାରେ, ଆମଠାରେ, ଆମମାନଙ୍କଠାରେ ଇତ୍ୟାଦି ।

ଦ୍ୱିତୀୟ ପୁରୁଷର ରୂପ ଏହିପରି ହୁଏ-

ତୋର, ତୁମର, ତୁମମାନଙ୍କର, ତୋଠାରୁ, ତୁମଠାରୁ, ତୁମମାନଙ୍କଠାରୁ, ତୋତେ, ତୁମକୁ, ତୁମମାନଙ୍କୁ, ତୋପାଇଁ, ତୁମପାଇଁ, ତୁମମାନଙ୍କପାଇଁ ଇତ୍ୟାଦି ।

ଆମ ଓଡ଼ିଆ ବ୍ୟାକରଣ ■ ୫୧