ପୃଷ୍ଠା:Aama Odia Byakarana.pdf/୫୧

ଏହି ପୃଷ୍ଠାଟି ବୈଧ ହୋଇସାରିଛି
ବିଶେଷଣ ପଦ


(କ) ଦୟାଳୁ ଲୋକ (ଗ) ପାଞ୍ଚ ଟଙ୍କା
(ଖ) ଭଙ୍ଗା ଘର (ଘ) ବ‌ହୁଳ କ୍ଷୀର

ଲୋକ, ଘର, ଟଙ୍କା, କ୍ଷୀର- ଏଗୁଡ଼ିକ ଗୋଟିଏ ଗୋଟିଏ ବିଶେଷ୍ୟ ପଦ । ‘ଦୟାଳୁ’ ପଦଟି ଲୋକର ଦୟାଗୁଣକୁ ବୁଝାଉଛି । ‘ଭଙ୍ଗା’ ପଦଟି ଘରର ଅବସ୍ଥାକୁ ବୁଝାଉଛି । ‘ପାଞ୍ଚ’ ପଦଟି ଟଙ୍କାର ସଂଖ୍ୟାକୁ ବୁଝାଉଛି । ‘ବହୁତ’ ପଦଟି କ୍ଷୀରର ପରିମାଣକୁ ବୁଝାଉଛି ।

ଯେଉଁ ପଦ ବିଶେଷ୍ୟ ପଦର ଗୁଣ, ଅବସ୍ଥା, ସଂଖ୍ୟା କିମ୍ବା ପରିମାଣକୁ ବୁଝାଏ, ତାହାକୁ ବିଶେଷଣ ପଦ କହନ୍ତି ।

ଦୟାଳୁ , ଭଙ୍ଗା, ପାଞ୍ଚ, ବହୁତ - ଏଗୁଡ଼ିକ ଗୋଟିଏ ଗୋଟିଏ ବିଶେଷଣ ପଦ ।

ତଳେ କେତେକ ବିଶେଷଣ ପଦ ଓ ସେଗୁଡ଼ିକର ବିଶେଷ୍ୟ ପଦ ଦିଆଯାଇଛି । ବିଶେଷଣଗୁଡ଼ିକ ବିଶେଷ୍ୟଗୁଡ଼ିକର କଅଣ ବୁଝାଉଛି ଲେଖ ।

ସରଳ ବାଳକ ଅଧିକ ଲାଭ
ତାତିଲା ବାଲି ଚାରି ଦିଗ
ସାତ ସମୁଦ୍ର ଖାଣ୍ଟି କ୍ଷୀର
ଅଳ୍ପ ଜଳ ଚଳନ୍ତା ଗାଡ଼ି
ଦୁର୍ବଳ ଦେହ ଚିରା ଲୁଗା

ଆମ ଓଡ଼ିଆ ବ୍ୟାକରଣ ■ ୫୩