ପୃଷ୍ଠା:Aama Odia Byakarana.pdf/୫୨

ଏହି ପୃଷ୍ଠାଟି ବୈଧ ହୋଇସାରିଛି

ତୁମେ ନିମ୍ନଲିଖିତ ବିଶେଷ୍ୟ ପଗୁଡ଼ିକର ଗୋଟିଏ ଗୋଟିଏ ବିଶେଷଣ ପଦ ଦିଅ ।

ନ‌ଦୀ, ଗାଈ, ଚାଉଳ, ଫୁଲ, ମାଠିଆ
ସରଳ ଜୀବନ କୋମଳ ବଚନ
ଶୀତଳ ପବନ ନିର୍ମଳ ଗଗନ
ନୂତନ ବସନ ସୁହାସ ବଦନ

କି ସୁନ୍ଦର ଆହା କି ଆନନ୍ଦମୟ

ଏହି ବିଶାଳ ସଂସାର
ଧନ୍ୟ ମହାପ୍ରଭୁ ମହିମା ତୁମ୍ଭର
ଅଟେ ଅନନ୍ତ ଅପାର ।

ନିମ୍ନଲିଖିତ ବାକ୍ୟମାନଙ୍କରେ ବିଶେଷଣ ପଦଗୁଡ଼ିକୁ ଚିହ୍ନାଇଦିଅ ।

(କ) ଗଭୀର ନ‌ଦୀରେ କୁମ୍ଭୀର ରହନ୍ତି ।
(ଖ) ନରମ ଖରାରେ ଦିଗ ଚହଟିଲା ।
(ଗ) ଗୋପାଳ ଚାରି ଲିଟର କ୍ଷୀର ବିକିଲା ।
(ଘ) ବେପାରୀମାନେ କମ୍‍ ଦାମ୍‌ରେ କିଣି ଅଧିକ ଦାମ୍‌ରେ ବିକନ୍ତି ।
(ଙ) ବିଦ୍ୱାନ ଲୋକମାନେ ସବୁଠାରେ ଆଦର ପାଆନ୍ତି ।

[[ଫାଇଲ:|432px|page=52]]

୫୪ ■ ଆମ ଓଡ଼ିଆ ବ୍ୟାକରଣ