ପୃଷ୍ଠା:Aama Odia Byakarana.pdf/୫୬

ଏହି ପୃଷ୍ଠାଟି ବୈଧ ହୋଇସାରିଛି
ଅବ୍ୟୟ ପଦ

(କ) କମଳା ଓ ବିମଳା ଦୁଇ ଭଉଣୀ ।
(ଖ) ଶିକ୍ଷକ ଆଜି ଗଦ୍ୟ କିମ୍ବା ପଦ୍ୟ ପଢ଼ାଇବେ ।

ପ୍ରଥମ ବାକ୍ୟରେ ‘ଓ’ ପଦଟିର ରୂପରେ କୌଣସି ପରିବର୍ତ୍ତନ ହୋଇପାରିବ ନାହିଁ । ସେହିପରି ଦ୍ୱିତୀୟ ବାକ୍ୟରେ ‘କିମ୍ବା’ ପଦଟିର ରୂପରେ କୌଣସିି ପରିବର୍ତ୍ତନ ହୋଇପାରିବ ନାହିଁ ।

ଯେଉଁ ପଦର ରୂପରେ କୌଣସି ପରିବର୍ତ୍ତନ ହୁଏନାହିଁ, ତାହାକୁ ଅବ୍ୟୟ ପଦ କହନ୍ତି ।

‘ଓ’ ‘କିମ୍ବା’ ଦୁଇଟି ଅବ୍ୟୟ ପଦ ।

ବିଶେଷ୍ୟ ପଦ, କ୍ରିୟାପଦ, ବିଶେଷଣ ପଦ ଏବଂ ସର୍ବନାମ ପଦ-
ଏସବୁର ରୂପରେ ପରିବର୍ତ୍ତନ ହୁଏ । ଉଦାହରଣ ସ୍ୱରୂପ-

ବିଶେଷ୍ୟ ପଦର ପରିବର୍ତ୍ତନ-
ଲୋକ, ଲୋକମାନେ, ଲୋକକୁ, ଲୋକମାନଙ୍କୁ, ଲୋକଦ୍ୱାରା, ଲୋକମାନଙ୍କଦ୍ୱାରା, ଲୋକପାଇଁ, ଲୋକମାନଙ୍କପାଇଁ ଇତ୍ୟାଦି ।

କ୍ରିୟାପଦର ପରିବର୍ତ୍ତନ-
ଖାଏ, ଖାଉଛି, ଖାଇଲା, ଖାଇବ, ଖାଆନ୍ତି, ଖାଉଛନ୍ତି, ଖାଇଲେ, ଖାଇବେ, ଖାଉଥିବ, ଖାଇଥିବେ ଇତ୍ୟାିଦି ।

ବିଶେଷଣ ପଦର ପରିବର୍ତ୍ତନ-

ସରଳ-ସରଳା, ହଂସ-ହଂସୀ, ଡାକ୍ତର-ଡାକ୍ତରାଣୀ ଇତ୍ୟାଦି ।

୫୮ ■ ଆମ ଓଡ଼ିଆ ବ୍ୟାକରଣ