ପୃଷ୍ଠା:Aama Odia Byakarana.pdf/୫୭

ଏହି ପୃଷ୍ଠାଟି ବୈଧ ହୋଇସାରିଛି

ସର୍ବନାମ ପଦର ପରିବର୍ତ୍ତନ-

ସେ, ସେମାନେ, ତାକୁ, ସେମାନଙ୍କୁ, ତା ଠାରୁ, ସେମାନଙ୍କଠାରୁ, ତାର, ସେମାନଙ୍କର ଇତ୍ୟାଦି ।

କିନ୍ତୁ ଅବ୍ୟୟ ପଦର କୌଣସି ପରିବର୍ତ୍ତନ ହୁଏନାହିଁ । ତାହାର ରୂପ ସର୍ବଦା ସମାନ ।

ଅବ୍ୟୟ ପଦ ଅନେକ । ଏଠାରେ କେତୋଟି ମାତ୍ର ଦିଆଗଲା-

କିନ୍ତୁ, ପୁଣି, ତଥାପି, ଯଦି, ତେଣୁ, ବା, ଅବା, ହଠାତ୍‍, କାହିଁକି, ବାରମ୍ବାର, ଆଚ୍ଛା, ସିନା, ପରା, ସର୍ବଦା, ତେବେ, ଆହା ଇତ୍ୟାଦି ।

ତୁମେ ନିମ୍ନଲିଖିତ ବାକ୍ୟମାନଙ୍କରେ ଅବ୍ୟୟପଦଗୁଡ଼ିକୁ ଚିହ୍ନାଇଦିଅ-

(କ) ଆପଣ କହୁଛନ୍ତି ସିନା, କିନ୍ତୁ ସେ ଆସିବ ନାହିଁ ।
(ଖ) ହରିବାବୁ ହଠାତ୍‍ ରାଗିଗଲେ ।
(ଗ) ଆଚ୍ଛା, କହ, ଦୁର୍ଯ୍ୟୋଧନ କାହିଁକି ହସିଲେ ?
(ଘ) ଯଦି ସେଠାକୁ ଯିବାକୁ ଚାହୁଁଛ, ତେବେ ଯାଅ ।
(ଙ) ଗୋପବନ୍ଧୁ ଅସୁସ୍ଥ ହୋଇପଡ଼ିଥିଲେ, ତଥାପି ସେ ବାରମ୍ବାର ଲୋକଙ୍କୁ ସାହାଯ୍ୟ କରିବାକୁ ଗଲେ ।

[[ଫାଇଲ:|432px|page=57]]

ସତ କହିବାକୁ କିଆଁ ଡରିବି ।
ସତ କହିପଛେ ମଲେ ମରିବି ।

ସୁଖେ ଦୁଃଖେ ଅବା ସଂପଦେ ବିପଦେ ।
ରହୁ ମୋର ମନ ସଦା ତୁମ ପଦେ ।

[[ଫାଇଲ:|432px|page=57]]

ଆମ ଓଡ଼ିଆ ବ୍ୟାକରଣ ■ ୫୯