ପୃଷ୍ଠା:Aama Odia Byakarana.pdf/୯

ଏହି ପୃଷ୍ଠାଟି ବୈଧ ହୋଇସାରିଛି

ପ୍ଲାଷ୍ଟିକ୍‍ ତିଆରି ଜିନିଷଗୁଡ଼ିକ ଆଜି ବହୁ କାମରେ ଲାଗୁଛି ।

ସ୍ପଷ୍ଟ ଭାବରେ ଲେଖିବା
ପୂର୍ଣ୍ଣଚ୍ଛେଦଟିଏ ଦେବା ।

(ଗ) ତୁମେ ପ୍ରଥମ ସ୍ତମ୍ଭ ସହିତ ଦ୍ୱିତୀୟ ସ୍ତମ୍ଭକୁ ଯୋଡ଼ି ଏବଂ ପୂର୍ଣ୍ଣଚ୍ଛେଦ ଦେଇ ସ୍ପଷ୍ଟ ଭାବରେ ବୁଝାପଡ଼ୁଥିବା ବାକ୍ୟ ଲେଖ-

ପ୍ରଥମ ସ୍ତମ୍ଭ ଦ୍ୱିତୀୟ ସ୍ତମ୍ଭ
ମନୁଷ୍ୟ ଆଦରରେ ପର୍ବତ ରହିଅଛି
ସମୁଦ୍ର ଗର୍ଭରେ ମଧ୍ୟ ଲୁହାପଥର ରପ୍ତାନି ହେଉଛି
ପାରାଦ୍ୱୀପ ବନ୍ଦରରୁ ପଶୁପକ୍ଷୀଙ୍କୁ ପାଳେ

(ଖ) ନିମ୍ନଲିଖିତ ଧାଡ଼ିଗୁଡ଼ିକର ମୂଳରେ କିମ୍ବା ଶେଷରେ ଆବଶ୍ୟକ ଅଂଶ ଯୋଡ଼, ଯେପରି ସ୍ପଷ୍ଟ ଭାବରେ ଅର୍ଥ ପ୍ରକାଶ ପାଇବ-
ସମୁଦ୍ରରୁ ସଂଗୃହୀତ ହୁଏ
ପଠାଣି ସାମନ୍ତ ରାତିରାତି ଅନିଦ୍ରା ରହି
ଝାନ୍‍ସୀରେ ଜନ୍ମ ହୋଇଥିଲେ
ଭାରତର ଉତ୍ତର ଦିଗରେ
ଅର୍ଥ ହେଉଛି ଶବ୍ଦ ଓ ବାକ୍ୟର ପ୍ରାଣ । ଆମେ ଯାହା ଲେଖିବା, ସ୍ପଷ୍ଟ ଭାବରେ ଲେଖିବା, ଯେପରି ସମସ୍ତେ ବୁଝିପାରିବେ ।

ଗଙ୍ଗାଧର ସ୍ପଷ୍ଟ ଭାବରେ ଲେଖିଛନ୍ତି-

ଉଚ୍ଚ ହେବା ପାଇଁ କର ଯେବେ ଆଶା
ଉଚ୍ଚ କର ଆଗେ ନିଜ ମାତୃଭାଷା ।

[[ଫାଇଲ:|432px|page=9]]

ଆମ ଓଡ଼ିଆ ବ୍ୟାକରଣ • ୧୧