ପୃଷ୍ଠା:Aama Parala Gajapati.pdf/୧୦୨

ଏହି ପୃଷ୍ଠାଟି ବୈଧ ହୋଇସାରିଛି

ସେହିଭଳି ନେତାଗଣଙ୍କ ପ୍ରରୋଚନାକ୍ରମେ ଏକ ରକ୍ତାଙ୍କିତ ପତ୍ରରେ ମହାରାଜାଙ୍କୁ ମଧ୍ୟ ଧମକ ଦିଆଯାଇଥିଲା ।

Know Ye 'ure Raja
This is called midnapur
How do you dare to harm us
Have you Known that Padi's fate !

ଅତୀତରେ ବଙ୍ଗଳା ଉଗ୍ରବାଦୀଗଣ ସେଠିକାର ଜିଲ୍ଲା କଲେକ୍ଟର ମି. ପାଡ଼ିଙ୍କୁ ହତ୍ୟା କରିଥିଲେ ସେମାନଙ୍କ ସ୍ୱାର୍ଥବିରୋଧୀ କାର୍ଯ୍ୟକଳାପ ଯୋଗୁଁ । ତେଣୁ ସେହି ଭୟ ଦେଖାଇ କାର୍ଯ୍ୟରୁ ବିରତ ରହିବାପାଇଁ ମହାରାଜାଙ୍କୁ ସେମାନେ ଭୟ ପ୍ରଦର୍ଶନ କରିଥିଲେ ।

କିନ୍ତୁ ସେଥିରେ ମହାରାଜା ଥିଲେ ଅବିଚଳିତ । ଖରସୁଆଁ ରାଜଜେମାଙ୍କୁ ସେ ବିବାହ କରିଥିବାଯୋଗୁଁ ସେହି ଅଞ୍ଚଳରେ ସେ ପ୍ରଭୂତ ପ୍ରଭାବ ବିସ୍ତାର କରିପାରିଥିଲେ । ସେଠିକାର ରାଜା ପାରଳା ରାଜାଙ୍କ ଶାଳକ ହୋଇଥିବାଯୋଗୁଁ ସେ ମହାରାଜାଙ୍କୁ ସବୁମନ୍ତେ ସାହାଯ୍ୟ କରିଥିଲେ ଏବଂ ପରିଣାମତଃ ସେଠିକାର ଜନଗଣ ଓଡ଼ିଶାରେ ମିଶ୍ରଣ ସପକ୍ଷରେ ସାକ୍ଷ୍ୟପ୍ରଦାନ କରିଥିଲେ । ତଥାପି ମୋଟାମୋଟି ଭାବେ ସେହି ଉତ୍ତରାଞ୍ଚଳର ସାକ୍ଷ୍ୟପ୍ରମାଣ ପ୍ରଭାବହୀନ ହୋଇ ପଡ଼ିଥିଲା କହିଲେ ଅତ୍ୟୁକ୍ତି ହେବନାହିଁ । ତାର ଅନ୍ୟତମ ମୁଖ୍ୟ କାରଣ ଥିଲା ଜାତୀୟ କଂଗ୍ରେସର ଉଚ୍ଚତମ ମହଲରେ ଥିବା କିଛି ନେତାଙ୍କ ମନୋଭାବ ।

ଉଲ୍ଲେଖଯୋଗ୍ୟ ଯେ କଂଗ୍ରେସର କେତେଜଣ ଜାତୀୟ ନେତାଙ୍କ ପ୍ରରୋଚନାକ୍ରମେ ସେଠିକାର ସ୍ଥାନୀୟ ଓଡ଼ିଶା ମିଶ୍ରଣ ବିରୋଧୀ ନେତାଗଣ ଅଧିକ ଉତ୍ସାହିତ ହୋଇଉଠିଥିଲେ । ସେମାନେ, ବିଶେଷକରି ଷଢେ଼ଇକଳା ରାଜ୍ୟର କଂଗ୍ରେସକର୍ମୀଗଣ, ପଣ୍ଡିତ ନୀଳକଂଠଙ୍କ ସାମନାରେ ତାହା ପ୍ରକାଶ୍ୟରେ ବ୍ୟକ୍ତ କରିବାକୁ ମଧ୍ୟ ପଛାଇ ନଥିଲେ । ଉତ୍ତର ବିଚ୍ଛିନ୍ନାଞ୍ଚଳଗୁଡ଼ିକରେ ଓଡ଼ିଆମାନଙ୍କୁ ସଂଗଠିତ କରାଇବାପାଇଁ ଓଡ଼ିଶା କଂଗ୍ରେସ ତରଫରୁ ଯାଇଥିବା ପଣ୍ଡିତ ନୀଳକଂଠଙ୍କର ସେଠିକାର ତତ୍‍କାଳୀନ ପରିବେଶ ସଂପର୍କରେ ଅଭିବ୍ୟକ୍ତି ହେଲା, 'ସର୍ବତ୍ର ବିରୁଦ୍ଧ ପ୍ରଚାର ଚାଲିଛି... କଂଗ୍ରେସ ମୋତେ ସିଂହଭୂମର କାମ କରିବାକୁ ଦେଇଛନ୍ତି... ମୁଁ ଯାଇ ସେ ଜିଲ୍ଲାରେ କଂଗ୍ରେସ କାମ କଲା ବେଳେ ସେହି ଜିଲ୍ଲାରେ ଥିବା କେତେକ ବଙ୍ଗାଳୀ ଓକିଲ ପ୍ରଭୃତିଙ୍କଠାରୁ ଶୁଣିଲି... "ସିଂହଭୂମ ଏବେ ବିହାରରେ ରହିବାପାଇଁ ଆମ୍ଭେ ଲଢ଼ିବୁ... ଆପଣମାନେ ନେତୃଶ୍ରେଣୀୟ ଲୋକ । ଆପଣ ସୁଭାଷ, ସେନଗୁପ୍ତ, ରାଜେନ୍ଦ୍ରପ୍ରସାଦଙ୍କ ସଙ୍ଗେ ବିଚାର କରି ଯାହା ଠିକ୍‍ କରିଦେବେ, ଆମେ ତାହା ମାନିବାକୁ ବାଧ୍ୟ ହେବୁ । ସେଠି ତୃଣମୂଳସ୍ତରରେ କାର୍ଯ୍ୟ କଲାବେଳେ ସେଭଳି ଦୈନନ୍ଦିନ ଅଭିଜ୍ଞତା ସବୁକୁ ନୀଳକଣ୍ଠ ପଠାଇ ଦେଉଥିଲେ ଶଶୀ ରଥଙ୍କ ନିକଟକୁ ଏବଂ ସେସବୁ ପ୍ରତିଦିନ ଦୈନିକ