ପୃଷ୍ଠା:Aama Parala Gajapati.pdf/୧୨୪

ଏହି ପୃଷ୍ଠାଟି ବୈଧ ହୋଇସାରିଛି
[[ଫାଇଲ:|428px|page=124]]


ଏବଂ ପୂର୍ବ ନିର୍ଦ୍ଧାରିତ ଅନ୍ୟ ପ୍ରତିନିଧିମଣ୍ଡଳୀ ୧୯୩୪ ଅପ୍ରେଲ ମାସରେ ବଡ଼ଲାଟ୍‌ଙ୍କୁ ଭେଟିବାକୁ ଯାଇଥିଲେ । ହେଲେ ବଡ଼ଲାଟଙ୍କ ବ୍ୟକ୍ତିଗତ ସଚିବଙ୍କ ପରାମର୍ଶ ଥିଲା ୧୯୩୧ ଜନଗଣନା ଅନୁଯାୟୀ ଓଡ଼ିଆ ଏବଂ ତେଲୁଗୁ ଅଞ୍ଚଳର ଚିହ୍ନଟ ହୋଇଥିବା ମାନଚିତ୍ର ପ୍ରସ୍ତୁତ ହେଉ । ତାହା ଯେ ଯଥାର୍ଥ ଭାବରେ ବଡ଼ଲାଟଙ୍କୁ ହୃଦ୍‌ବୋଧ କରାଇ ପାରିବ ଏହା ସମସ୍ତେ ଅନୁଭବ କରିଥିଲେ ।