କାଳ ଜନସେବାରେ ଲିପ୍ତ ରହିଥାନ୍ତେ । ତାର ଏକମାତ୍ର କାରଣ ନୀତିଯୁକ୍ତ ରାଜନୀତିର ପୃଷ୍ଠପୋଷକ ଥିଲେ ସେ । ତେଣୁ ଯେତେବେଳେ ସେ ହୃଦୟଙ୍ଗମ କରିଥିଲେ ଯେ କୁଟିଳ ରାଜନୀତି/ତଥା ଅବାଂଛିତ ବିଭବଗୁଡ଼ିକ ସମୟକ୍ରମେ ରାଜନୀତିଜ୍ଞମାନଙ୍କ ପାଇଁ ମୁଖ୍ୟ ହୋଇଯାଉଛି ଏବଂ ଜାତୀୟ ସ୍ୱାର୍ଥ ରହିଯାଉଛି କାହିଁ କେତେଦୂର ପଛରେ- ସେ ସେଇ କ୍ଷେତ୍ରରୁ ସଂପୂର୍ଣ୍ଣ ଓହରି ଯିବା ପାଇଁ ମନସ୍ଥ କରିଥିଲେ । ମନସ୍ଥ କରିଥିଲେ କେବଳ “ମହାରାଜା” ହୋଇ ରହିବା ପାଇଁ; ଅବସର ଜୀବନ ଯାପନ କରିବା ପାଇଁ ।
ଏବଂ ୧୯୪୪ରୁ ୧୯୭୪ ପର୍ଯ୍ୟନ୍ତ ପାରଳାବାସୀ କାହିଁକି ଅନ୍ତତଃ ସବୁ ଓଡ଼ିଆଙ୍କ ପାଇଁ “ମହରାଜା”/ “ପାରଳାଗଜପତି” ରୂପେ ହିଁ ପୂଜ୍ୟ ହୋଇ ରହିଥିଲେ; ସମଗ୍ର ଅବସର ଜୀବନ ଅତିବାହିତ କରିଥିଲେ ମହାରାଜା ଭାବେ ।
ସେଇ ଅବସର ଜୀବନ ନିର୍ବାହ କରୁଥିବା ବେଳେ ଉତ୍କଳ ବିଶ୍ୱବିଦ୍ୟାଳୟ ତରଫରୁ ୧୯୪୭ ମସିହାରେ ମହାରାଜାଙ୍କୁ ଅର୍ପିତ ହୋଇଥିଲା ବିଶେଷ ସମ୍ମାନଜନକ “ଡକ୍ଟରେଟ୍” ଉପାଧି । ପୁଣି ବ୍ରହ୍ମପୁରର ଭେଷଜ ବିଦ୍ୟାଳୟକୁ ତାଙ୍କରି ନାମରେ ନାମିତ କରାଯାଇ ବ୍ରହ୍ମପୁର