ପୃଷ୍ଠା:Aama Parala Gajapati.pdf/୧୮

ଏହି ପୃଷ୍ଠାଟି ବୈଧ ହୋଇସାରିଛି

ସେଇଠି ନିଉୱ୍ୱିଙ୍ଗ୍‌ଟନ୍ ଆବାସିକ କଲେଜରେ ସେ ନାମ ଲେଖାଇଥିଲେ । ମନ୍ଦ୍ରାଜ ପ୍ରେସିଡେନ୍‌ସି ଅନ୍ତର୍ଗତ ଅଧିକାଂଶ ରାଜା ଜମିଦାରଙ୍କ ସନ୍ତାନଗଣ ସେଠାରେ ଅଧ୍ୟୟନ କରୁଥିଲେ । ବାସ୍ତବରେ କୃଷ୍ଣଚନ୍ଦ୍ରଙ୍କୁ ଉତ୍ତମ/ଶିଷ୍ଟ ବ୍ୟକ୍ତି ରୂପେ ଗଢ଼ି ତୋଳିବା ଦିଗରେ ସେହି କଲେଜ ଯଥେଷ୍ଟ ସହାୟକ ହୋଇଥିଲା । ବଳିଷ୍ଠ ବ୍ୟକ୍ତିତ୍ୱ ଗଠନ ଦିଗରେ ଉକ୍ତ କଲେଜର ଭୂମିକା ଥିଲା ଗୁରୁତ୍ବପୁର୍ଣ୍ଣ । ରାଜକୁମାରଙ୍କ ଭବିଷ୍ୟତ କାର୍ଯ୍ୟକଳାପକୁ ଆଖିଆଗରେ ରଖି ଏବଂ ସେମାନେ ଆପଣେଇ ନେବାକୁ ଥିବା ରାଜ୍ୟଶାସନ, ପ୍ରଜାଗଣଙ୍କ ସର୍ବାଙ୍ଗୀନ ଉନ୍ନତି ଇତ୍ୟାଦିକୁ ଦୃଷ୍ଟିରେ ରଖି ଯଥେଚିତ ଶିକ୍ଷାଦାନ ଥିଲା ସେହି କଲେଜର ବିଶେଷତ୍ୱ । କୃଷି, ପଶୁପାଳନ, ଲୋକଙ୍କ ସମୃଦ୍ଧ ସାମାଜିକ ଜୀବନଯାପନପାଇଁ ବିଭିନ୍ନ ସୁବିଧା ସୁଯୋଗ ପ୍ରଦାନ ଇତ୍ୟାଦି ବିଷୟାବଳୀରେ ପରିପୁର୍ଣ୍ଣ ଥିଲା ସେଠିକାର ଶିକ୍ଷା କାର୍ଯ୍ୟକ୍ରମ । ସେଭଳି ଶିକ୍ଷା ନିର୍ଘଣ୍ଟ ସବୁ କୃଷ୍ଣଚନ୍ଦ୍ରଙ୍କୁ ବେଶ୍ ମନୋଯୋଗୀ କରାଇ ପାରିଥିଲା । ଅତଏବ ସେଠାରୁ ଶିକ୍ଷା ଶେଷକରି ଲେଉଟି ଆସିବା ବେଳକୁ ସେ ଜଣେ ସମ୍ରାନ୍ତ, ସୁଶୀଳ ଏବଂ ସଂସ୍କୃତିସଂପନ୍ନ ଯୁବକ ହୋଇ ଯାଇଥିବା ସଙ୍ଗେ ସଙ୍ଗେ ହୋଇଯାଇଥିଲେ ମଧ୍ୟ ଜଣେ ଜାତୀୟବାଦୀ, ଜନନୀ ଜନ୍ମଭୂମି ପ୍ରତି ବେଶ୍ ମମତାମୟ ଯୁବରାଜ ।

[[ଫାଇଲ:|428px|page=18]]
କଲେଜ ଛାତ୍ର କୃଷ୍ଣଚନ୍ଦ୍ର

ସେଇ କଲେଜର ଛାତ୍ର ଥିବା ବେଳେ ଯୁବକ କୃଷ୍ଣଚନ୍ଦ୍ରଙ୍କ ଉପରେ ଯେଉଁ ଅଧ୍ୟାପକମାନେ ପ୍ରଭାବ ପକାଇଥିଲେ ସେମାନେ ହେଲେ ମିଷ୍ଟର କ୍ୟାମେରାନ୍ ମରିଶନ୍ ଏବଂ ମିଷ୍ଟର ଡେଲାହେ । ଆପଣାର ଚରିତ୍ରବତ୍ତା ତଥା ବିଶିଷ୍ଟ ଭୂଗୋଳବିଦ୍ ମରିଶନ୍‌ଙ୍କ ଶିକ୍ଷା ପ୍ରଣାଳୀ ଏବଂ ବିଦ୍‌ବତ୍ତା କିଶୋର କୃଷ୍ଣଚନ୍ଦ୍ରଙ୍କୁ, ବେଶ ଅଭିଭୂତ କରିଦେଇଥିଲା । ତାଙ୍କର ସ୍ନେହ, ଶ୍ରଦ୍ଧାପୂର୍ଣ୍ଣ ବ୍ୟବହାରରେ ବିଶେଷ ଭାବେ ଆକୃଷ୍ଟ କୃଷ୍ଣଚନ୍ଦ୍ର ତାହାଙ୍କୁ ସାରା ଜୀବନ ମନେ ରଖିଥିଲେ ।

ଦୀର୍ଘ ପ୍ରାୟ ସାତବର୍ଷ ସେଠାରେ ଶିକ୍ଷାଲାଭ କରିବା ପରେ