ପୃଷ୍ଠା:Aama Parala Gajapati.pdf/୨୩

ଏହି ପୃଷ୍ଠାଟି ବୈଧ ହୋଇସାରିଛି

ରଥୀଗଣ ତଥା ଗୋପବନ୍ଧୁ ଏବଂ ସତ୍ୟବାଦୀ ଗୋଷ୍ଠୀର ମଣିଷ ତୟାର କରୁଥିବା କାରଖାନାର କୁଶଳୀ କର୍ମକାରଗଣ ଏବଂ ଅନ୍ୟାନ୍ୟ ଦେଶ ସେବକ ଗୋଷ୍ଠୀ ।

କୃଷ୍ଣଚନ୍ଦ୍ର ରାଜକୁମାର କଲେଜରେ ଅଧ୍ୟୟନରତ ଥିବାବେଳୁ ହିଁ ଓଡ଼ିଶାରେ ଏବଂ ସାମୁହିକ ଭାବେ ଓଡ଼ିଆମାନଙ୍କର ସାମାଜିକ ଜାଗରଣ ତଥା ସର୍ବତୋନ୍ନତି ପାଇଁ ନିଆ ଯାଉଥିବା ବିଭିନ୍ନ ପଦକ୍ଷେପଗୁଡ଼ିକ ସଂପର୍କରେ ସଂପୂର୍ଣ୍ଣ ଅବହିତ ଥିଲେ । ତେଣୁ ଆପାତତଃ ଉତ୍କଳର ନେତୃବୃନ୍ଦ ଏବଂ ସେଇମାନଙ୍କ କାର୍ଯ୍ୟକଳାପ ସଂପର୍କରେ ତାହାଙ୍କ ମନରେ ନିଶ୍ଚିତ ଧାରଣା ସୃଷ୍ଟି ହୋଇସାରିଥିଲା ଛାତ୍ରାବସ୍ଥା ଶେଷ ହେବା ପୂର୍ବରୁ ଏବଂ ପୁଣି ସମ୍ଭବତଃ ପ୍ରାକୃତିକ ଓଡ଼ିଶାରୁ, ଦୂରରେ ଥାଇ ସୁଦ୍ଧା ସେ ମନେମନେ ସଂକଳ୍ପ କରିଥିଲେ ରାଜ୍ୟକୁ ଫେରିବା ପରେପରେ ଜାତୀୟ ସ୍ରୋତରେ ହିଁ ଅପଣକୁ ଭସାଇଦେବେ । ସେତେବେଳକୁ ବିଶେଷକରି ଦେଶପ୍ରାଣ ମଧୁସୁଦନ ଓ ଜାତୀୟବାଦୀ ଗୋପବନ୍ଧୁଙ୍କ ପ୍ରଭାବରେ ପ୍ରଭାବିତ ହୋଇଯାଇଥିଲେ ସେ ।

ତାହାର ଯଥାର୍ଥ ପ୍ରତିଫଳନ ହୋଇଥିଲା ଆପଣ ରାଜ୍ୟକୁ ଫେରି ଯୁବକ କୃଷ୍ଣଚନ୍ଦ୍ର ଖେମଣ୍ଡି ରାଜ ସିଂହାସନ ଆରୋହଣ କରିବା ପରେପରେ ।