ପୃଷ୍ଠା:Aama Parala Gajapati.pdf/୨୯

ଏହି ପୃଷ୍ଠାଟି ବୈଧ ହୋଇସାରିଛି

ପାରଳାଖେମୁଣ୍ଡି ଉତ୍କଳରୁ ବିଛିନ୍ନ ହେଲେ ହେଁ ଭାଷା, ଶିକ୍ଷା, ସାହିତ୍ୟ, ସାମାଜିକତା ଇତ୍ୟାଦି ନାନାପ୍ରକାର ବନ୍ଧନରେ ଏହା ଉତ୍କଳ ସହିତ ଅବିଛେଦ୍ୟ ଭାବରେ ସଂଶ୍ଳିଷ୍ଟ ରହିଛି ଏବଂ ଚିରକାଳ ରହିବ । ଉତ୍କଳର ବିଖ୍ୟାତଯଶା ପବିତ୍ର ଗଜପତି ବଂଶବତୀ‘ସ ନବୀନ ମହାରାଜା ଏହିସବୁ ସମ୍ବନ୍ଧକୁ ଦୃଢ଼ତର ଏବଂ ପୂର୍ଣାବୟବ କରିବେ ବୋଲି ତାଙ୍କର ଉତ୍କଳ କଲ୍ୟାଣକର ପ୍ରାଥମିକ ଅନୁଷ୍ଠାନମାନ ଦେଖି ଆମ୍ଭେମାନେ ସଂପୂର୍ଣ୍ଣ ଆଶା କରୁଅଛୁ । ଭଗବାନ୍ ତାଙ୍କୁ ଦୀର୍ଘ ଜୀବନ ଦିଅନ୍ତୁ ଏବଂ ଆନ୍ତ୍ରମନଙ୍କର ଏହି ଅଶ ପୁର୍ଣ୍ଣ ହେଉ । ଏହା ମଧ୍ୟ ଦୀପିକାର ସେହି ବର୍ଷ ଜୁନ୍ ୧୪ ସଂଖ୍ୟାରେ ପ୍ରକାଶିତ ହୋଇଥିଲା ।"

୧୯୧୩ ଏପ୍ରିଲ୍ ୨୬ରେ ରାଜସିଂହାସନ ଆରୋହଣ କରିବା ପରେ ପରେ ୧୯୧୪ ଜାନୁଆରି ୨୮ ତାରିଖ ଦିନ ପାରଳା ଗଜପତିଙ୍କର ଶୁଭପରିଣୟ ଉତ୍ସବ ଅନୁଷ୍ଠିତ ହୋଇଥିଲା । ଖରସୁଆଁ ରାଜଜେମା ନଳିନୀ ଦେବୀଙ୍କୁ ପତ୍ନୀ ରୂପେ ବରଣ କରିଥିଲେ କୃଷ୍ଣଚନ୍ଦ୍ର ।

ବାସ୍ତବରେ ତୁଳସୀ ଦୁଇପତ୍ରରୁ ବାସିଲା ପରି ସାମାଜିକ ଜୀବନରେ ପାଦ ଥାପୁଆପୁ ମହାରାଜା କୃଷ୍ଣଚନ୍ଦ୍ରଙ୍କ ପ୍ରତ୍ୟେକ କାର୍ଯ୍ୟକଳାପରେ ଜାତୀୟ ଚେତନାର ଅନ୍ତରିକ ପରିପ୍ରକାଶ ହିଁ ହୋଇଥିଲା । ତାଙ୍କରି ଅନ୍ତର ଯଥାର୍ଥରେ ପ୍ରତିଫଳିତ ହୋଇଥିଲା ଅପଣାର ରାଜ୍ୟବାସୀଙ୍କ ସମେତ ଉତ୍କଳୀୟଙ୍କ ସର୍ବାଙ୍ଗୀନ ଉନ୍ନତିକଛେ ଗ୍ରହଣ କରୁଥିବା ବିଭିନ୍ନ ପଦକ୍ଷେପରେ । ପୁଣି ତତକାଳୀନ ଉତ୍କଳୀୟ ନେତୃବର୍ଗ ଓଡ଼ିଶାର ରାଜନୈତିକ ଶସନ ବାହାରେ ଥିବା ଅଞ୍ଚଳରୁ ଗୋଟିଏ ଉଗ୍ର ଜାତୀୟ ଚେତନାର ସ୍ତୁରିତ ଅୟମରମ୍ଭରୁ ଯେଉଁ ଉତ୍କଳ ଆଶର ଝଲକ ପ୍ରତ୍ୟକ୍ଷ କରି ମନରେ ବିଶେଷ ଆଶା ପୋଷଣ କରିଥିଲେ ତାହା ସମୟକ୍ରମେ ଯଥାର୍ଥ ଭାବରେ ପ୍ରତିଫଳିତ ହୋଇଥିଲା । ସେଇ ଉତ୍କଳୀୟ ଜାତୀୟ ଚେତନାକୁ ସମ୍ବବତଃ ଆପଣା ରାଜ୍ୟବାସୀଙ୍କ ସହିତ ଘନିଷ୍ଠା କରାଇବା ଉଦ୍ଦେଶ୍ୟରେ ଉତ୍କଳସନ୍ଧିଳନୀର ଆଗାମୀ ବାର୍ଷିକ ଅଧିବେଶନ ପାରଳାରେ ଅନୁଷ୍ଠିତ କରାଇବାପାଇଁ ନିମନ୍ତ୍ରଣ ଜଣାଇଥିଲେ ଏବଂ ତାହା ମଧ୍ୟ ସାଦରେ ଗୃହୀତ ହୋଇଥିଲା ।

ସେତେବେଳେ ଓଡ଼ିଆ ଭାଷାଭାଷୀଙ୍କପାଇଁ ଉତ୍କଳ ସମ୍ମିଳନୀ ଥିଲା ଏକମାତ୍ର ଜାତୀୟ ଅନୁଷ୍ଠାନ । ସେହି ଅନୁଷ୍ଠାନଟି ଓଡ଼ିଆ ଲୋକଙ୍କ ସାମୁହିକ ଉନ୍ନତିକଛେ ସଂକଳ୍ପବଦ୍ଧ ଥିଲା । ଭାରତର ଚାରୋଟି ପ୍ରାଦେଶିକ ଶାସନ ସହିତ ସଂଯୁକ୍ତ ହୋଇ ରହିବାକୁ ବାଧ୍ୟ ହୋଇଥିଲେ ଉତ୍କଳବାସୀ । ଏକଦା ଗଙ୍ଗାରୁ ଗୋଦାବରୀ ପର୍ଯ୍ୟନ୍ତ ବିସ୍ତାର ଲାଭ କରିଥିବା ଉତ୍କଳ, ଖଣ୍ଡ ବିଖଣ୍ଡିତ ହୋଇ ବିଭିନ୍ନ ଭାଷାଭାଷୀ ଅଞ୍ଚଳ ସହିତ ଯୁକ୍ତ ହୋଇ ରହିବାକୁ ବାଧ୍ୟ ହୋଇଥିଲା । ସମୟ ସୁଅରେ ଅକଥନୀୟ ଦୁଃଖ ଦୁର୍ଦ୍ଦଶା ଭୋଗିବାକୁ ହେଉଥିଲା ଉତ୍କଳୀୟଙ୍କୁ । ସେହି ଦୁଃଖରୁ ମୁକ୍ତିପାଇଁ ଉଦ୍ୟମ କରିବାଲାଗି ସଚେତନ ଉତ୍କଳୀୟ ବୁଦ୍ଧିଜୀବୀଗଣ ଏକତ୍ର ହୋଇ ସଂଗଠନ କରିଥିଲେ ଉତ୍କଳ ସମ୍ମିଳନୀ । ମୁଖ୍ୟ ଉଦ୍ଦେଶ୍ୟ ଥିଲା ଓଡ଼ିଆଭାଷୀ ଲୋକେ ବସବାସ କରି ରହୁଥିବା ଅଞ୍ଚଳଗୁଡ଼ିକର ଏକୀକରଣ; ଓଡ଼ିଆମାନଙ୍କର ସ୍ୱାତନ୍ତ୍ରତ୍ୟ ରକ୍ଷା । ଉତ୍କଳ ସନ୍ଧିଳନୀ