ପୃଷ୍ଠା:Aama Parala Gajapati.pdf/୯୬

ଏହି ପୃଷ୍ଠାଟି ବୈଧ ହୋଇସାରିଛି
[[ଫାଇଲ:|428px|page=96]]


ତଥ୍ୟପୂର୍ଣ୍ଣ ଯୁକ୍ତିଗୁଡ଼ିକର ପରିଣାମ ସ୍ୱରୂପ୍ତ ଭକ୍ତ ସମ୍ମିଳନୀ ଏକ ସିଦ୍ଧାନ୍ତରେ ପହଞ୍ଚିଥିଲା ଯେ 'ଓଡ଼ିଶା’ ପ୍ରଶ୍ନର ସମାଧାନ କରାଯିବା ଉଚିତ । ଓଡ଼ିଆ ଭାଷାଭାଷୀ ଅଞ୍ଚଳର ପ୍ରତ୍ୟେକ ସମ୍ଭାବ୍ୟ ଇଞ୍ଚ ଜମି ନୂତନ ପ୍ରଦେଶନ୍ତର୍ଗତ କରାଇବାପାଇଁ ରାଜା ପ୍ରଶଂସାର୍ହ ଉଦ୍ୟମ, ପ୍ରବଳ ସଂଗ୍ରାମ ଓ ଅଗାଧ ପରିଶ୍ରମ କରିଛନ୍ତି ବୋଲି ମୁଁ ମଧ୍ୟ ମୋର ବ୍ୟକ୍ତିଗତ ଅଭିଜ୍ଞତାରୁ ପ୍ରକାଶ କରିପାରେ ।’’

ଅନୁରୂପ ମତାମତ ଥିଲା ବୈଠକର ଅନ୍ୟତମ ପ୍ରତିନିଧି ସାର ସୁଲତାନ୍ ଅହମ୍ମଦଙ୍କର । ୧୯୪୮ ମସିହାରେ ଓଡ଼ିଶାରେ ନୂତନ ହାଇକୋର୍ଟର ଉଦ୍‌ଘାଟନ ଅବସରରେ ଓଡ଼ିଶା ଗଭର୍ଣ୍ଣର ମି. ଆସଫ୍ ଅଲ୍ଲୀ ଏକ ଚାହାଭୋଜିର ଆୟୋଜନ କରିଥିଲେ । ସେଥିରେ ଜଣେ ସମ୍ମାନିତ ଅତିଥି ଭାବରେ ଯୋଗ ଦେଇଥିଲେ ମିଷ୍ଟର ଅହମ୍ମଦ । ଦୀର୍ଘ ଅତୀତର ମଧୁର ସ୍ମୃତି ରୋମନ୍ଥନ କରି ସେଠାରେ ଆପଣାକୁ ସ୍ବଚ୍ଛନ୍ଦ ଭାବରେ ବ୍ୟକ୍ତ କରିଥିଲେ- ଗୋଲଟେବୁଲ ବୈଠକରେ ମହାରାଜାଙ୍କ ବଳିଷ୍ଠ ଯୁକ୍ତିଗୁଡ଼ିକ ସମ୍ମିଳନୀରେ ସର୍ବସମ୍ମତି ଲାଭ କରିଥିଲା । ଓଡ଼ିଶାର ମାନ୍ୟଗଣ୍ୟ ବ୍ୟକ୍ତିଗଣଙ୍କ ମଧ୍ୟରେ ମହାରାଜା ସର୍ବମାନ୍ୟ ବୋଲି ସେ ମୁକ୍ତମଞ୍ଚରେ ପ୍ରକାଶ କରିବାକୁ କୁଣ୍ଡିତ ନଥିଲେ| ତାଙ୍କର ମତ ଥିଲା - 'The Maharaja was the noblest of all the Noble men of Orissa' ସେହିଭଳି ମତାମତ ପ୍ରଦାନପାଇଁ ନା ସାର୍ ସାମୁଏଲ୍ ହୋର, ନା ସଚ୍ଚିଦାନନ୍ଦ ସିହ୍ନା କିମ୍ବା ସୁଲତାନ୍ ଅହମ୍ମଦଙ୍କୁ କେହି ପ୍ରରୋଚିତ କରି ନଥିଲା କି ସେଭଳି କୌଣସି ନିର୍ଦ୍ଧିଷ୍ଟ ଅବସର ଆୟୋଜିତ ହୋଇ ନଥିଲା । ବିଭିନ୍ନ ସମୟରେ ବିଭିନ୍ନ ପରିପ୍ରେକ୍ଷୀରେ