ଏହି ପୃଷ୍ଠାଟି ସଂଶୋଧିତ ହୋଇନାହିଁ

ପୁରୁଷୋତ୍ତମ ଦେବ

ଅମିତ ବିକ୍ରମ ଶ୍ରୀ ପୁରୁଷୋତ୍ତମ
“କ୍ଷେତ୍ରକୁଳ ଧୂମକେତୁ"
ତବ ନାମ ଆଜ ଉତ୍କଳ ସମାଜ
ଜାତୀୟ ଗୌରବ ହେତୁ ।

ତୁମ୍ଭ ଯଶରାଶି ସାକ୍ଷୀରୂପେ ବସି
ବକୁଳ-ବନ-ବିହାରୀ,
କରନ୍ତି ପ୍ରକାଶ ପୂର୍ବ ଇତିହାସ
ସତ୍ୟବାଦୀ ବଂଶୀଧାରୀ ।

ଯୁଦ୍ଧ-ଅଭିଯାନ କରେ କବି ଗାନ
ହେ ପ୍ରତାପୀ ଶତ୍ରୁଜେତା !
ତବ କାଞ୍ଚୀ ଜୟ ରଙ୍ଗେ ଅଭିନୟ
କରେ ଏବେ ଅଭିନେତା ।

ଗାଏ ଜନଶ୍ରୁତି ଅତୁଳ ବିଭୁତି
ଅନୁପମ ଭକ୍ତ ତବ,
ଯାର ବଳେ ନିଜେ ରଣେ ହେଲେ ବିଜେ
ସୈନିକ ରୂପେ କେଶବ ।