ଏହି ପୃଷ୍ଠାଟି ସଂଶୋଧିତ ହୋଇନାହିଁ

ସ୍ୱର୍ଗୀୟ ପଣ୍ଡିତ ହରିହର ଦାସ ଶର୍ମା

କିଶୋର ବୟସେ   କେତେ ସ୍ୱାର୍ଥତ୍ୟାଗ
କରିଥିଲ ଦେଶ-ହିତେ,
ଏବେ ଦେଶ ଦଶା  ଆହେ କ୍ଷଣଜନ୍ମା !
ନ ପଡେ କି ଦିବ୍ୟ ଚିତ୍ତେ ।

ଉତ୍କଳମଣ୍ଡଳେ  ନବ୍ୟ ସଭ୍ୟ ଦଳେ
ସର୍ବେ ଆଜି ସ୍ୱାର୍ଥପର,
ଆସ ହରିହର   ପଣ୍ଡିତ ପ୍ରବର
ସମାଜ ସଂସ୍କାର କର ।