ଏହି ପୃଷ୍ଠାଟି ସଂଶୋଧିତ ହୋଇନାହିଁ

କାଠଯୋଡ଼ୀ ତୀରେ ସାୟଂକାଳ


ନବ ନବ ବେଶ ଭୂଷଣେ ତୁ ଯେ ବଳାଉ ମନ,
ଚପଳତା ସତ, ନୁହଇ କିନ୍ତୁ ତାହା ଦୂଷଣ ।
ଦୁର୍ବଳ ପ୍ରକୃତି ଏପରି ଯେତେ ନାରୀ ପରାଣେ,
ସଦ ବ୍ୟବହାରେ ବିମୁଖ ନୁହେ ପ୍ରମୋଦ ଦାନେ ।
ଉଚ୍ଚ ନୀଚ ବୃତ୍ତି ସକଳ ଯେବେ ସମେ ବିକାଶେ,
ପୂର୍ଣ୍ଣ ହୁଏ ନର, ସଂସାର- ପୁରେ ସ୍ୱର୍ଗ ଉଲ୍ଲାସେ ।

[ ୩୩ ]