ଏହି ପୃଷ୍ଠାଟି ସଂଶୋଧିତ ହୋଇନାହିଁ


ସଂସାର ଲଜ୍ଜା-ଘୃଣା-ପ୍ରବଞ୍ଚନା-ଜାଳେ
ପ୍ରପୀଡ଼ିତ ହୁଏ ମୋର ମାନସ ଯେକାଳେ,
ନିଭୃତେ ତୋ ତୀରେ ଆସି କଲେ ବିଚରଣ,
କି ମୋହନ ମନ୍ତ୍ରେ କରୁ ସକଳ ହରଣ ।
ବିବିଧ ସ୍ୱର୍ଗୀୟ ଚିନ୍ତା ନାନା ପ୍ରିୟଭାବ,
କଳୁଷିତ ହୃଦେ ମୋର କରାଉ ଉଦ୍ଭବ ।
ତୋର ପଦଯୁଗେ ମୁହିଁ ଚିରକାଳ ଋଣୀ,
ଏହି ଭାବ ଥାଉ ନିତି ହେ ସୁରତରୁଣି !