ଏହି ପୃଷ୍ଠାଟି ସଂଶୋଧିତ ହୋଇନାହିଁ

ଅବକାଶ-ଚିନ୍ତା" ତାଙ୍କ ଜୀବନ-ପ୍ରଭାତ ଓ ଯୌବନରେ ଲିଖିତ ସେହିଭଳି କ୍ଷୁଦ୍ର ଖଣ୍ଡ କବିତାର ଗୁଚ୍ଛ | 'ପ୍ରାର୍ଥନା', 'ବାଣୀ' କବିତା ଠାରୁ ଆରମ୍ଭ କରି 'ସାରଳା ଦାସ', 'ଜଗନ୍ନାଥ ଦାସ', 'କବି ଉପେନ୍ଦ୍ର ଭଞ୍ଜ' ଲଚାଏତ୍ 'କାଠଯୋଡୀ ତୀରେ ସାୟଂକାଳ' 'ଗ୍ରୀଷ୍ମେ ଖୁଣ୍ଟା ଗଛ', 'ମୋ ନାନୀ', ଗୋଟିଏ କାଙ୍କଣ ଗଛ', ଅନାଥ କଳିକା' ଓ 'ନୀରବ' ପ୍ରଭୃତି କବିତା ଗୁଡିକ ତାଙ୍କର ପ୍ରାରମ୍ଭ ଓ ଯୌବନ କାଳୀନ କବି-ଜୀବନର ଲେଖା | ଏସବୁ ସାମୟିକ ଲେଖା ସେତେବେଳେ ପ୍ରକାଶ ପାଉଥିବା 'ମୁକ୍ତର' ପ୍ରଭୃତି ମାସିକ ପନ୍ତ୍ରରେ ପ୍ରକାଶ ପାଇଥିଲା ଏବଂ ପ୍ରାୟ ୩୦ ବର୍ଷ ପୂର୍ବେ ଏଥିମଧ୍ୟରୁ କେତେଗୁଡ଼ିଏ ଥରେ "ଅବକାଶ ଚିନ୍ତା" ନାମରେ ଏକ କ୍ଷୁଦ୍ର ପୁସ୍ତିକା ଆକାରରେ ପ୍ରକାଶିତ ହୋଇଥିଲା । ମାତ୍ର ସେ ପୁସ୍ତକର ଆଉ ପୁନର୍ମୁଦ୍ରଣ ହୋଇ ନଥିଲା ଏବଂ ସେଥିରେ ସବୁ କବିତଗୁଡିକ ସ୍ଥାନ ପାଇ ନ ଥିଲା । ଏଥିମଧ୍ୟରେ ବିଭିନ୍ନ ମାସିକ ପତ୍ରଗୁଡ଼ିକରୁ ସଂଗୃହୀତ ଏହିସବୁ କ୍ଷୁଦ୍ର ଓ ଖଣ୍ଡ କବିତା ଆଜି ପ୍ରକାଶ କରାଗଲା । ଏଥିପୂର୍ବରୁ ତାଙ୍କର "ଧର୍ମପଦ" ପ୍ରଭୃତି ଲେଖା ପ୍ରକାଶ ପାଇଛି । ଏବେ ଏହି "ଅବକାଶ ଚିନ୍ତା"ରେ ଯେ ତାଙ୍କ ସବୁ ଲେଖାର ଶେଷ ସଂଗ୍ରହ ହୋଇଗଲା, ତାହା ମଧ୍ୟ କୁହା ଯାଇପାରୁ ନାହିଁ । କାରଣ ସେ କାଳର ପ୍ରକାଶିତ ଉତ୍କଳର ସବୁ ବିଭିନ୍ନ ପତ୍ରପତ୍ରିକାରେ ପ୍ରକାଶ ପାଇଥିବା ତାଙ୍କର ସବୁଲେଖା ପୁରା ସଂଗ୍ରହ କରିବା ଏପର୍ଯ୍ୟନ୍ତ ସମ୍ଭବ ହୋଇପାରି ନାହିଁ । କାଁ ଭାଁ କେଉଁଠାରେ ରହିଯାଇଥିବାର ଆଶଙ୍କା ହୁଏ । ମାତ୍ର ଅଦ୍ୟାବଧି ଯାହା ସଂଗୃହୀତ ହୋଇପାରିଛି, ସେଥିମଧ୍ୟରୁ "ବ୍ରହ୍ମତତ୍ତ୍ୱ" ବା "ନଚିକେତା ଉପାଖ୍ୟାନ" ବ୍ୟତୀତ ସେଗୁଡ଼ିକୁ ଏଥିରେ ପ୍ରକାଶ କରାଗଲା । ତାଙ୍କର ଶେଷଲେଖା "ବ୍ରହ୍ମତତ୍ତ୍ୱ ବା ନଚିକେତା ଉପାଖ୍ୟାନ" ଏକ ସ୍ୱତନ୍ତ୍ର କ୍ଷୁଦ୍ର ପୁସ୍ତକ ରୂପେ ପ୍ରକାଶ ପାଇଛି ।

ଭକ୍ତକବି ଗୋପବନ୍ଧୁ ଚତୁର୍ଦ୍ଦଶ ବର୍ଷ ବୟସରେ ତାଙ୍କ ଜୀବନର ପ୍ରଥମ କବିତା ଲେଖିଥିଲେ ବୋଲି ସୂଚନା ମିଳେ ।