ପୃଷ୍ଠା:Akashare Luchakali.pdf/୧୧

ଏହି ପୃଷ୍ଠାଟି ବୈଧ ହୋଇସାରିଛି

ଆକାଶରେ ଲୁଚକାଳି

କରେ । ଚନ୍ଦ୍ର ପୂର୍ଣ୍ଣମୀ ରାତିରେ ସୂର୍ଯ୍ୟାସ୍ତ ବେଳକୁ ଉଦୟ ହୋଇ ସୂର୍ଯ୍ୟ ଉଦୟ ବେଳକୁ ଅସ୍ତ ହୁଏ । ଅମାବାସ୍ୟା ଦିନ ସେ ସକାଳେ ଉଦୟ ହୋଇ ସନ୍ଧ୍ୟାରେ ଅସ୍ତ ହୁଏ । ଦିନସାରା ଆକାଶରେ ଥିଲେ ବି ସୂର୍ଯ୍ୟର ଅତି ପାଖରେ ଥିବାରୁ ଆମେ ତାକୁ ଦେଖିପାରେନାହିଁ ।

ସୂର୍ଯ୍ୟ ଚନ୍ଦ୍ରଙ୍କ ଗତି ଦେଖି କେହି କେହି ଭାବୁଥିଲେ ଯେ ଅଜା ନାତିଙ୍କର ଖେଳ ଚାଲିଛି । ସତେ ଯେପରି ଟିକି ଚାନ୍ଦଟି ଗାଇଚାଲିଛି ।

ପୃଥିବୀଠାରୁ ଜନମ ମୋର ସୂରୁଜ ମୋର ଅଜା,
ପୃଥିବୀ ମା'ର ପିଲାଏ ମତେ ଦେଖି ପାଆନ୍ତି ମଜା ।

ବୁଢା ସୁରୁଜ ତା'ର ବିରାଟ ଦେହକୁ ନେଇ ଧୀରେ ଧୀରେ ତା' ପଛରେ ଛାଲିଛି । ଆଉ ପୃଥିବୀ ମା' ଏ ନାଟ ଦେଖି ମୁରୁକି ହସୁଛି ।

ଲୁଚକାଳି ଖେଳରୁ ପରାଗ-ଗ୍ରହଣ

ବଗୁଲିଆ ଜ‌ହ୍ନର ଖେଳ ଏତିକିରେ ସରେନାହିଁ । ଦୌଡୁ ଦୌଡୁ କେବେ କେବେ କେବେ ସେ ସୂର୍ଯ୍ୟର ଆଗରେ, ପୃଥିବୀର ଆଖି ସଳଖରେ ରହିଯାଏ । ପୃଥିବୀ ତା' ବାପକୁ ନ‌ଦେଖିପାରି ବ୍ୟସ୍ତ ହୋଇଯାଏ । ମଣିଷ କ‌ହେ ପରାଗ ହେଲା - ଆଗରୁ ଭାବୁଥିଲା ଯେ ସୂର୍ଯ୍ୟକୁ ଅସୁର ଗିଳିଲା । ଏବେ ଜାଣିଲା ଯେ ଚନ୍ଦ୍ର ଉହାଡ କରୁଛି । ଆଉ କେବେ କେବେ ଚନ୍ଦ୍ର ନିଜେ ପୃଥିବୀ ପଛରେ ଲୁଚିଯାଏ । ସୂର୍ଯ୍ୟ ତାକୁ ଦେଖିପାରେନାହିଁ । ସୂର୍ଯ୍ୟର ଆଲୁଅ ତା'