ପୃଷ୍ଠା:Akashare Luchakali.pdf/୧୨

ଏହି ପୃଷ୍ଠାଟି ବୈଧ ହୋଇସାରିଛି

ଆକାଶରେ ଲୁଚକାଳି



ଉପରେ ନପଡିବାରୁ ଆମେ ବି ଚନ୍ଦ୍ରକୁ ଦେଖି ପାରେନାହିଁ - କହେ ଗ୍ରହଣ ହେଲା । ଏବେ ଆମେ ଜାଣିପାରିଛେ ଯେ ପୃଥିବୀ ତାକୁ ଛାଇ କଲା ।

ଅନେକ ଦିନ ଲକ୍ଷ୍ୟ କରି ମଣିଷ ଦେଖିଲା ଯେ ସୂର୍ଯ୍ୟପରାଗ କେବଳ ଅମାବାସ୍ୟା ଦିନ ହେଉଛି । ସେହିଭଳି ଚନ୍ଦ୍ରଗ୍ରହଣ କେବଳ ପୂର୍ଣ୍ଣମୀ ତିଥିରେ ହେଉଥିବା କଥା ସେ ଜାଣିଲା । ପୁଣି ସେ ଦେଖିଲା ସୂର୍ଯ୍ୟପରାଗ ତିନି ପ୍ରକାରର ହେଉଛି । ଅଧିକାଂଶ ସମୟରେ ଖଣ୍ଡିଆ ସୂର୍ଯ୍ୟଟିଏ ଦେଖାଯାଏ । ଏହାକୁ ଆଂଶିକ ବା ଖଣ୍ଡଗ୍ରାସ ପରାଗ କୁହାଯାଏ । ପୃଥିବୀର ଅନେକ ଅଞ୍ଚଳରୁ ଏହାକୁ ଦେଖିହୁଏ ।

[[ଫାଇଲ:|401px|page=12]]