ଏହି ପୃଷ୍ଠାଟି ବୈଧ ହୋଇସାରିଛି
ସୂର୍ଯ୍ୟ, ଚନ୍ଦ୍ର ଓ ପରାଗ
[[ଫାଇଲ:|401px|page=5]]

ଆକାଶରେ ସବୁଠାରୁ ଉଜଳ ବସ୍ତୁ ଦୁଇଟି ହେଲେ ସୂର୍ଯ୍ୟ ଆଉ ଚନ୍ଦ୍ର । ତେଣୁ ଏମାନେ ସବୁବେଳେ ମଣିଷର ମନ‌କୁ ଟାଣି ଆସିଛନ୍ତି । ଆକାଶର ରାଜା ସୂର୍ଯ୍ୟ । ତା'ର ତେଜରେ ଆଉ ସଭିଏଁ କୁଆଡେ ଉଭେଇ ଯାଆନ୍ତି । ତାରା ତ ଦୂରର କଥା, ଏତେବଡ ଚନ୍ଦ୍ର ଦିନ ଆକାଶରେ ଥିଲେ ବି ନଦିଶିଲା ଭଳି ରହେ ।

[[ଫାଇଲ:|401px|page=5]]

ମଣିଷ ପାଇଁ ସୁର୍ଯ୍ୟ ଖାଲି ଆକାଶର ରାଜା ନଥିଲା । ସେ ବି ଥିଲା ମଣିଷର ଜଣେ ଉପକାରୀ ବନ୍ଧୁ । ତା'ର ଆଦରର ସୂର୍ଯ୍ୟଦେବାତା । ସୂର୍ଯ୍ୟ ଉଇଁଲେ ସବୁଆଡ ଆଲୁଅ ହୁଏ । ବାଘ ଭାଲୁ ଲୁଚନ୍ତି, ବାଟଘାଟ ସଫା ଦିଶେ ।