ଏହି ପୃଷ୍ଠାଟି ବୈଧ ହୋଇସାରିଛି

ଆକାଶରେ ଲୁଚକାଳି

ବେଳେ ଆକାଶରେ ସୂର୍ଯ୍ୟ ଚନ୍ଦ୍ରଙ୍କୁ ଧରି ପକାଉଛି । ସବୁ ଦେଶରେ ଗ୍ରହଣକୁ ଏକ ଅଶୁଭ ସଙ୍କେତ ଭାବରେ ଧରା ଯାଉଥିଲା । କେହି କେହି ଭାବୁଥିଲେ ଯେ ଗ୍ରହଣ ଯୋଗୁଁ ଭୂମିକମ୍ପ ହେବ, ଖାଦ୍ୟ ବିଷାକ୍ତ ହୋଇଯିବ, ମଣିଷ ଦେହ ଉପରେ ଏହାର ବହୁତ ଖରାପ ପ୍ରଭାବ ପଡିବ ।

ଏସବୁ ଅସୁବିଧାରୁ ରକ୍ଷା ପାଇବା ପାଇଁ ଅନେକ ବିଧିବିଧାନ କରାଯାଇଥିଲା । ଆମ ଦେଶରେ ରନ୍ଧାଖାଦ୍ୟ ଓ ମାଟି ହାଣ୍ଡି ଆଦି ଫୋପଡା ଯାଉଥିଲା । କେତେ ମଣିଷ ବେକ ଯାଏଁ ପାଣିରେ ବୁଡି ରହୁଥିଲେ । ଜାପାନ ଦେଶରେ କୂଅ ସବୁ ଘୋଡାଇ ଦେଉଥିଲେ । ରୋମ ଦେଶରେ ସୂର୍ଯ୍ୟ ଚନ୍ଦ୍ରଙ୍କୁ ମୁକୁଳାଇବା ପାଇଁ ବାସନ‌କୁସନ ବାଡେଇ, ବାଜା ତୂରୀ ବଜାଇ ବହୁତ ହଲ୍ଲା କରା ଯାଉଥିଲା । ଆଉ କେଉଁ ଦେଶରେ ତୀର ମାରି, ମଶାଲ ଜଳାଇ ସୂର୍ଯ୍ୟ ବତୀକୁ ପୁଣି ଥରେ ଜଳାଇବାକୁ ଚେଷ୍ଟା କରୁଥିଲେ ।

ସାଧାରଣ ଲୋକଙ୍କ ଭିତରେ ଏ ଭଳି କେତେ ବିଶ୍ୱାସ ଚଳୁଥିଲା । କିନ୍ତୁ କିଛି କୁତୁହଳୀ ମଣିଷ ଆକାଶର ଅନ୍ୟ ସବୁ କଥା ଭଳି ଗ୍ରହଣ ଉପରେ ମଧ୍ୟ ଟିକିନିଖି ଖବର ରଖୁଥିଲେ ।

ବାବିଲୋନ ଅଞ୍ଚଳରେ ଖ୍ରୀଷ୍ଟପୂର୍ବ ୭୫୦ ସମୟରୁ ଗ୍ରହଣ କଥା ଲେଖାଥିବାର ପ୍ରମାଣ ମିଳିଛି । ସେମାନେ କଞ୍ଚା ଇଟାରେ ସବୁକଥା ଲେଖି ତାକୁ ପୋଡି କରି ସାଇତି ରଖୁଥିଲେ । ଠିକ ଆଜି ଆମେ ଯେଭଳି ଆମର ବହି ରଖୁଛେ । ଏ