ପୃଷ୍ଠା:Alankara Bodhodaya.pdf/୧୫

ଏହି ପୃଷ୍ଠାଟି ବୈଧ ହୋଇସାରିଛି
୯୦
ବାସୁଦେବ ଗ୍ରନ୍ଥାବଳୀ
 

ବୁଝାଇ ଭୀମ ଶବ୍ଦର ସାହଚର୍ଯ୍ୟରୁ କୁନ୍ତୀପୁତ୍ର ଅର୍ଜ୍ଜୁନକୁ ବୁଝାଇଲା ଏବଂ ଭୀମ ଶବ୍ଦ ଭୟଙ୍କରକୁ ନ ବୁଝାଇ ଅର୍ଜ୍ଜୁନଙ୍କର ସାହଚର୍ଯ୍ୟରୁ ଭୀମସେନଙ୍କୁ ବୁଝାଇଲା ।
ବିରୋଧରୁ ଯଥା,
“କର୍ଣ୍ଣାର୍ଜ୍ଜୁନ” ଏ ସ୍ଥଳରେ କର୍ଣ୍ଣଶବ୍ଦ ଶ୍ରବଣବାଚି ହୋଇଥିଲେ ମଧ୍ୟ ଅର୍ଜ୍ଜୁନ ଶବ୍ଦର ବିରୋଧୀ ଜ୍ଞାପକତ୍ୱ ହେତୁରୁ ସୂତପୁତ୍ର କର୍ଣ୍ଣଙ୍କୁ ବୁଝାଇଲା ।
ଅର୍ଥରୁ ଯଥା,
“ସ୍ଥାଣୁଙ୍କୁ ନମସ୍କାର" ଅତ୍ର ସ୍ଥାଣୁଶବ୍ଦ ଲଣ୍ଡାବୃକ୍ଷ ବାଚି ହେଲେ ସୁଦ୍ଧା ନମସ୍କାର ରୂପାର୍ଥ ଥିବାରୁ ଶିବଙ୍କୁ ବୁଝାଇଲା ।
ପ୍ରକରଣରୁ ଯଥା,
“ସର୍ବ ଜାଣନ୍ତି ଦେବ" ଏ ସ୍ଥଳରେ ଦେବଶବ୍ଦ ଦେବତାବାଚି ହେଲେ ମଧ ପ୍ରକରଣ ବଶରୁ ଯୁଷ୍ମଦାର୍ଥକୁ ବୁଝାଇଲା; ଅର୍ଥାତ୍ ଆପଣ ସବୁ ଜାଣନ୍ତି ଏପରି ଅର୍ଥ ଜ୍ଞାତ ହେଲା ।
ଲିଙ୍ଗରୁ ଯଥା,
“କୁପିତ ମକରଧ୍ୱଜ" ଅତ୍ର ମକର ଚିହ୍ନ ପ୍ରସିଦ୍ଧ ଥିବାରୁ ଅନ୍ୟକୁ ନ ବୁଝାଇ ମକରଧ୍ୱଜ ଶବ୍ଦ କନ୍ଦର୍ପକୁ ବୁଝାଇଲା ।
ଅନ୍ୟ ଶବ୍ଦ ସନ୍ନିଧିରୁ ଯଥା,
“ଦେବପୁରାରି' ଅତ୍ର ପୁରାରି ଶବ୍ଦର ସାନିଧ୍ୟ ଥୁବାରୁ ଦେବଶବ୍ଦ ଅନ୍ୟ ଦେବତାକୁ ନ ବୁଝାଇ ମହାଦେବଙ୍କୁ ବୁଝାଇଲା ।
ସାମର୍ଥ୍ୟରୁ ଯଥା,
“ମଧୁମତ୍ତ ପିକ' ଏ ସ୍ଥଳରେ ପିର ମତ୍ତତାକୁ ପ୍ରତି ବସନ୍ତର ସାମର୍ଥ୍ୟ ଥବାରୁ ମଧୁଶବ୍ଦ ମଦ୍ୟକୁ ନ ବୁଝାଇ ବସନ୍ତକୁ ବୁଝାଇଲା ।
ଔଚିତିରୁ ଯଥା,
“ମାଷ୍ଟରଙ୍କର ମୁହଁକୁ ଯାଅ।' ଏ ସ୍ଥଳରେ ମାଷ୍ଟରଙ୍କ ମୁହଁକୁ ଯିବାର ଉଚିତ ନ ହେବାରୁ ମୁହଁ ଶବ୍ଦ ମୁଖକୁ ନ ବୁଝାଇ ସମ୍ମୁଖକୁ ବୁଝାଇଲା ।
ଦେଶରୁ ଯଥା,
“ଗଗନରେ ଚନ୍ଦ୍ର ପ୍ରକାଶ ହୋଇଅଛନ୍ତି' । ଅତ୍ର ଗଗନ ଦେଶରେ ଚନ୍ଦ୍ର ଭିନ୍ନ କର୍ପୂରାଦି ପ୍ରକାଶ ହେବାର ଅସମ୍ଭବ; ଅତଏବ ଦେଶ ବଳରୁ ଚନ୍ଦ୍ର ଶବ୍ଦ ଶଶୀକୁ ବୁଝାଇଲା ।
କାଳରୁ ଯଥା, “ରାତ୍ରରେ ଚିତ୍ରଭାନୁ' ଅତ୍ର ରାତ୍ର କାଳରେ ସୂର୍ଯ୍ୟ ରହିବାର ଅସଙ୍ଗତ ହେତୁରୁ ଚିତ୍ରଭାନୁ ଶବ୍ଦ ସୂର୍ଯ୍ୟକୁ ନ ବୁଝାଇ ଅଗ୍ନିକି ବୁଝାଇଲା ।