ପୃଷ୍ଠା:Alankara Bodhodaya.pdf/୨୪

ଏହି ପୃଷ୍ଠାଟି ବୈଧ ହୋଇସାରିଛି
ଅଳଂକାରବୋଧୋଦୟ
୯୯
 

ସ୍ଥାୟିଭାବ - ଉତ୍ସାହ ।
ଆଲମ୍ବନ - ଜେତବ୍ୟ ବ୍ୟକ୍ତି ପ୍ରଭୃତି ।
ଉଦ୍ଦୀପନା - ଜେତବ୍ୟ ବ୍ୟକ୍ତିର ଚେଷ୍ଟାଦି ।
ଅନୁଭାବ - ସହାୟାନ୍ୱେଷଣ ।
ବ୍ୟଭିଚାରୀ - ଧୃତି (ସନ୍ତୋଷ), ମତି (ଅର୍ଥ ନିର୍ଦ୍ଧାରଣ), ଗର୍ବ, ତର୍କ, ସ୍ମୃତି, ରୋମାଞ୍ଚ ।
ଏହି ବୀର ରସ ଚାରି ପ୍ରକାର ଯଥା, ଦାନବୀର, ଧର୍ମବୀର, ଦୟାବୀର, ଯୁଦ୍ଧବୀର ।
ଦାନବୀର - ପରଶୁରାମ ।
ଧର୍ମବୀର - ଯୁଧିଷ୍ଠିର ।
ଦୟାବୀର - ଜୀମୂତବାହନ ।
ଯୁଦ୍ଧ ବୀର - ରାମଚନ୍ଦ୍ର ।

ଅଥ ଭୟାନକ,

ସ୍ଥାୟିଭାବ - ଭୟ ।
ଆଲମ୍ବନ - ଯାହା ଠାରୁ ଭୟ ଉତ୍ପନ୍ନ ହୁଏ ସେହି ବ୍ୟକ୍ତି ।
ଉଦ୍ଦୀପନ - ସେହି ବ୍ୟକ୍ତିର ଭୟଙ୍କର ଚେଷ୍ଟା ।
ଅନୁଭାବ - ମୁଖାଦିର ବୈବର୍ଣ୍ଣ, ଗଦ୍‌ଗଦ ସ୍ୱର ସହିତ ଭାଷଣ, ପ୍ରଳୟ, ସ୍ୱେଦ, ରୋମ୍ବାଞ୍ଚ, କମ୍ପ, ଦିଗନ୍ତପ୍ରେକ୍ଷଣାଦି ।
ବ୍ୟଭିଚାରୀ - ଜୁଗୁପ୍‌ସା, ଆବେଗ (ସଂଭ୍ରମ), ସମ୍ମୋହ, ସଂତ୍ରାସ, ଗ୍ଲାନି, ଦୀନତା, ଶଙ୍କା, ଅପସ୍ମାର, ସଂଭ୍ରାନ୍ତି, ସ୍ମରଣାଦି ।

ଅଥ ବୀଭତ୍ସ,

ସ୍ଥାୟିଭାବ - ଜୁଗୁପ୍‌ସା (ଘୃଣା) ।
ଆଲମ୍ବନ - ଦୁର୍ଗନ୍ଧ, ମାଂସ, ରକ୍ତ, ବସାଦି ।
ଉଦ୍ଦୀପନ - ମାଂସପେଶୀରେ କୃମିପାତାଦି ।
ଅନୁଭାବ - ନିଷ୍ଠୀବନ (ଥୂତ୍କାର), ମୁଖଚଳନ, ନେତ୍ର ସଂକୋଚ ।
ବ୍ୟଭିଚାରୀ - ମୋହ, ଅପସ୍ମାର, ଆବେଗ, ବ୍ୟାଧି, ମରଣାଦି ।

ଅଥ ଅଦ୍ଭୁତ,

ସ୍ଥାୟିଭାବ - ବିସ୍ମୟ ।
ଆଲମ୍ବନ - ଲୋକାତୀତ ପଦାର୍ଥ ।
ଉଦ୍ଦୀପନ -ଲୋକୋତ୍ତର ପଦାର୍ଥ ଚମତ୍କାରିଗୁଣମାନେ |