ପୃଷ୍ଠା:Alankara Bodhodaya.pdf/୨୫

ଏହି ପୃଷ୍ଠାଟି ବୈଧ ହୋଇସାରିଛି
୧୦୦
ବାସୁଦେବ ଗ୍ରନ୍ଥାବଳୀ
 

ଅନୁଭାବ - ସ୍ତମ୍ଭ, ସ୍ୱେଦ, ରୋମାଞ୍ଚ, ଗ‌ଦ୍‌ଗ‌ଦ୍‌ସ୍ୱର, ସଂଭ୍ରମ, ନେତ୍ରବିକାଶାଦି ।
ବ୍ୟଭିତାରୀ - ବିତର୍କ, ଅବେଗ, ସଂଭ୍ରାନ୍ତି, ହର୍ଷାଦି ।

ଅଥ ଶାନ୍ତ,

ସ୍ଥାୟିଭାବ - ଶମ ।
ଆଲମ୍ବନ - ପରମାତ୍ମାଙ୍କର ସ୍ୱରୂପ ।
ଉଦ୍ଦାପନ-ପୁଣ୍ୟାଶ୍ରମ, ହରିକ୍ଷେତ୍ର, ତୀର୍ଥ, ରମ୍ୟବନ, ମହାପୁରୁଷ-ସଙ୍ଗାଦି ।
ଅନୁଭାବ - ରୋମାଞ୍ଚ, ବିବୋଧ, ଧୃତ୍ୟାଦି ।
ବ୍ୟଭିଚାରୀ - ନିର୍ବେଦ, ହର୍ଷ, ସ୍ମରଣ, ମତି, ଭୂତଦୟା । (ନିରହଂକାରତା ଥିବାରୁ ଦୟାବୀରରୁ ଭିନ୍ନ ଅଟେ, କାରଣ ଦୟାବୀର ସାହଂକାର ଅଟେ |
ମୁନିମାନଙ୍କ ମତରେ ବତ୍ସଳକୁ ଦଶମରସ କରି ବର୍ଣ୍ଣିତ କରିଅଛନ୍ତି । ଏଥିରେ - ସ୍ଥାୟିଭାବ - ସ୍ନେହ ।
ଆଲମ୍ବନ - ପୁତ୍ରାଦି ।
ଉଦ୍ଦାପନ - ପୁତ୍ରଚେଷ୍ଟା (ବିଦ୍ୟାସୌନ୍ଦର୍ଯ୍ୟାଦି) !
ଅନୁଭାବ - ଆଲିଙ୍ଗନ, ଅଙ୍ଗସଂସ୍ପର୍ଶ, ଶିରଶ୍ଠୁମ୍ବନ, ଇକ୍ଷଣ, ପୁଲକ, ଆନନ୍ଦବାସ୍ପାଦି ।
ପୂର୍ବୋକ୍ତରସମାନଙ୍କର ଅନ୍ୟାନ୍ୟ ବିରୋଧିତା ଯଥା, କରୁଣ, ବିଭତ୍ସ, ରୌଦ୍ର, ବୀର, ଭୟାନକ ଏମାନଙ୍କର ଶୃଙ୍ଗାରରସ ବିରୋଧୀ
ଭୟାନକ, କରୁଣ ଏ ଦୁହିଙ୍କର ହାସ୍ୟରସ ବିରୋଧୀ ।
ହାସ୍ୟ, ଶୃଙ୍ଗାର ଏ ଦୁହିଁଙ୍କର କରୁଣ ବିରୋଧୀ ।
ହାସ୍ୟା, ଶୃଙ୍ଗୀର, ଭୟାନକ ଏମାନଙ୍କର ରୌଦ୍ରରସ ବିରୋଧୀ |
ଭୟାନକ, ଶାନ୍ତ, ଏ ଦୁହିଙ୍କର ବୀରରସ ବିରୋଧୀ ।
ଶୃଙ୍ଗାର, ବୀର, ରୌଦ୍ର, ହାସ୍ୟ, ଶାନ୍ତି ଏମାନଙ୍କର ଭୟାନକ ରସ ବିରୋଧୀ ।
ବୀର, ଶୃଙ୍ଗାର, ରୌଦ୍ର, ହାସ୍ୟ ଭୟାନକ ଏମାନଙ୍କର ଶାନ୍ତରସ ବିରୋଧୀ ।
ବିଭତ୍ସ, ଶୃଙ୍ଗାରର ବିରୋଧୀ ।
ଅଦ୍ଭୁତର କୌଣସି ରସମାନେ ବିରୋଧୀ ନୁହନ୍ତି ।
ଅଥ ରସ, ଭାବ ଓ ତଦାଦ୍ଭାସାଦି - ରସ, ଭାବ, ରସାଭାସ, ଭାବାଭାସ, ଭାବଶାନ୍ତି, ଭାବୋଦୟ, ସନ୍ଧି, ଶବଳତା ଏମାନେ ରସନ ଧର୍ମରୁ ରସ ସଂଜ୍ଞାକୁ ପ୍ରାପ୍ତ ହୁଅନ୍ତି ।
ଇତି ରସନିରୂପଣଂ ନାମ ତୃତୀୟ ପରିଛେଦଃ ।