ପୃଷ୍ଠା:Alankara Bodhodaya.pdf/୨୭

ଏହି ପୃଷ୍ଠାଟି ସଂଶୋଧନ ହୋଇସାରିଛି

ବାସୁଦେବ ଗ୍ରନ୍ଥାବଳୀ

ଅନୁଚିତାର୍ଥ - ଯଥା, କଳଶା ରାଗେ ପଶୁଭୂତ ହୋଇ ବୀରମାନେ ରଣାଧ୍ୱରେ ଅମରତାକୁ ଲଭନ୍ତି ମହା ଆନନ୍ଦରେ । ଅତ୍ର ପଶୁ ଶବ୍ଦ କାତରତା ରୂପ ଅର୍ଥକୁ କହିବାରୁ ଅନୁଚିତାର୍ଥ ହେଲା । ଗ୍ରାମ୍ୟତା - ଯଥା, ମନକୁ ହରୁଛି ତୁମ ଚାରୁ ସରୁ ଅଣ୍ଟା । ଅତ୍ର ଅଣ୍ଟା ଶବ୍ଦ ଗ୍ରାମ୍ୟ । ଅପ୍ରତୀତତ୍ୱ - ଯଥା, କବି : ପୃ ୧୩ ଷ୍ଠା “ତେଜିଣ ବେଗେ ପହୁଡ଼, ଗୋଧନ ଘୋନି ଗଉଡ଼, ବଜାଇ ବଜାଇ ବଂଶୀ ସୁଲଳିତ ସ୍ୱନେ । ଅତ୍ର ପହୁଡ଼ ଶବ୍ଦ କେବଳ ବଡ଼ଲୋକଙ୍କର ନିଦ୍ରାରେ ପ୍ରତୀତ; ଅନ୍ୟଠାରେ ଅପ୍ରତୀତ । ନେୟାର୍ଥତା - ରୂଢ଼ି, ପ୍ରୟୋଜନ ବ୍ୟତିରେକେ ଲକ୍ଷ୍ୟାର୍ଥ ବୋଧକ ଯେ ଶବ୍ଦ ତାକୁ ନେୟାର୍ଥ ବୋଲି । ଯଥା, ତୋ ମୁଖ କଲା ପଙ୍କଜେ ଚରଣ ପ୍ରହାର । ଅତ୍ର ତୋ ମୁଖ ପଙ୍କଜକୁ ଜିଣିଲା । ଏହିପରି ଅର୍ଥ କୌଣସି ରୁଢ଼ି ବା ପ୍ରୟୋଜନରୁ ପ୍ରାପ୍ତ ନ ହୋଇ, କେବଳ ବିଚାରପୂର୍ବକ ଜୟାର୍ଥ ବୁଝାଇବାରେ ପ୍ରଯୁକ୍ତ ହେବାରୁ ନେୟାର୍ଥ ହେଲା । ନିହତାର୍ଥ - ଉଭୟାର୍ଥ ଶବ୍ଦର ଅପ୍ରସିଦ୍ଧ ଅର୍ଥରେ ଯେ ପ୍ରୟୋଗ ତାକୁ ନିହତାର୍ଥତା ବୋଲି । ଯଥା, ଯମୁନା ଶମ୍ବର ବ୍ୟାପିଲା ଅମ୍ଭର । ଅତ୍ର ଶମ୍ବର ଶବ୍ଦର ପ୍ରସିଦ୍ଧ ଅର୍ଥ ଅସୁର, ଜଳରୂପ ଅର୍ଥ ଅପ୍ରସିଦ୍ଧ । କ୍ଳିଷ୍ଟତ୍ୱ ଯଥା, ପାର୍ବତୀ-ପତି-ବଇରି-ତାତଙ୍କ ଚରଣ ସେବା-ବିହୀନ ଲୋକର ଜନ୍ମ ଅକାରଣ । ବିରୁଦ୍ଧମତିକାରିତା ଯଥା, ଭବାନୀ ପତି ତୁମର ମଙ୍ଗଳ କରନ୍ତୁ ଅତ୍ର ଭବାନୀ ଶବ୍ଦରୁ ଭବ ପତ୍ନୀ ରୂପ ଅର୍ଥ ପ୍ରାପ୍ତ ହେବାରୁ ପୀର୍ବତୀଙ୍କର ପତି ମହାଦେବ ଏପରି ଅର୍ଥ ବୋଧହେଲା । ପୁନର୍ବାର ପତି ଶବ୍ଦ କେବଳ ମତି ବିରୁଦ୍ଧକାରୀ ।