ପୃଷ୍ଠା:Alankara Bodhodaya.pdf/୪୧

ଏହି ପୃଷ୍ଠାଟି ସଂଶୋଧିତ ହୋଇନାହିଁ

ବାସୁଦେବ ଗ୍ରନ୍ଥାବଳୀ


ଏହି ପୂର୍ବୋକ୍ତ ଦୋଷମାନଙ୍କରୁ ଭିନ୍ନରୂପରେ ଅଳୀକାର ଦୋଷର ସମ୍ବବ ନାହିଁ ଅର୍ଥାତ୍ ଏହି ଦୋଷ ଦ୍ବାରା ଅଳଙ୍କ କାରମାନଙ୍କର ଦୋଷକୁ ଜାଣିବ । ଯଥା ଉପମାରେ ଅସାଦୃଶ୍ୟ ଓ ଅସମ୍ଭବ ଏ ଦୁହିଁଙ୍କର ଉପମାନର ଜାତି ଓ ପ୍ରମାଣଦ୍ବାରା ଯେ ନୂତନତ୍ବ ଓ ଅଧୁକତ୍ବ ଏ ଦୁହିଙ୍କର ଅର୍ଥନ୍ତର ନ୍ୟାସରେ ଯେଉଁ ଉତ୍ପ୍ରେକ୍ଷିତୀର୍ଥ ସମର୍ଥନ ଏମାନଙ୍କର ଅନୁଚିତାର୍ଥତା ଦୋଷ କେବଳ ହେବ । କ୍ରମରେ ଯଥା, ଉପମାରେ ଅସାଦୃଶ୍ଯ - ଯଥା, କାବ୍ୟ ଶଶୀକୁ ଗ୍ରଥନ କରୁଅଛି । ଅତ୍ର କାବ୍ୟ ସହିତରେ ଶଶୀର ଅସାର୍ଦ୍ଦଶ । ଉପମା ଜୋର ଅସମ୍ଭବ - ଯଥା, ତୁମ୍ବର ଶରମାନେ ଜଳିଲା ଜଳଧାରା ପରି ପଡୁଅଛନ୍ତି । ଅଦ୍ର ଜଳରେ ଜ୍ୱଳନର ଅସମ୍ଭବ । ଜାତିଚ୍ଯୁନତା - ଯଥା, ଚଣ୍ଡାଳପରି ରାଜା ସଂଗ୍ରାମରେ ସାହସୀ ହୋଇଅଛନ୍ତି । ଅତ୍ର ରାଜାଙ୍କ ସହିତରେ ଚଣ୍ଡାଳ ଜାତିର ଅସାଦୃଶ୍ଯ ହେତୁରୁ ନ୍ୟୁନତା ହେଲା । ପ୍ରମାଣ ନୁହ୍ଯନତା - ଯଥା, କର୍ପୂରଖଣ୍ଡ ପରି ଚନ୍ଦ୍ରବିମ୍ବା ଶୋଭା ପାଉଅଛି । ଅତ୍ର ଚନ୍ଦ୍ରବିମ୍ବା ସହିତରେ କର୍ପୂରଖଣ୍ଡର ପ୍ରମାଣ ନୂତନତା ! ଜାତି ପ୍ରମାଣ ନ୍ୟୁନତା - ଯଥା, ନୀଳକଣ୍ଠ (ମୟୁର) ହରଙ୍କ ପରି ଶୋଭା ପାଉଅଛି । ଅତ୍ର ହରଙ୍କ ଅପେକ୍ଷା ମୟୂର ଜାତି ଓ ପ୍ରମାଣ ଉଭୟଥା ନୃତ୍ୟୁନ । ଯଦତ୍ରୟ ଯମକରେ ଅପ୍ରଯୁକ୍ତତୁ ଦୋଷ - ଯଥା, GgQ Songs. So ଏଥୁଅନ୍ତେ ପ୍ରବେଶ ହେଲା ସୁରଭି, କୋକିଳ କଳରବ ଯହିଁ ସୁରଭି, ଭ୍ରମରେ ମକରନ୍ଦ ହୋଇଲେ ଲୋଭୀ, ପୁଷ୍ପ ବିକାଶେ ବନ ଅତି ସୁରଭି ଯେ | ଅତ୍ର ତୃତୀୟ ପାଦ ଯମକ ନ ହେବାରୁ ଅପ୍ରଯୁକ୍ତତା ଦୋଷରେ ଗଣ୍ଯ ହେଲା । ଶବ୍ଦର ଉତ୍ପ୍ରେକ୍ଷା ଦେଖାତକତ୍ନ ବିଷୟରେ ଅବାଚଜତ୍ନ - ଯଥା, ଚକ୍ରକେଳି ରାଜୋଗ ଦେଖ ଏ ପାଳକ ଧରାଧୁପତି, ଧର୍ମ ଯଥା ହୋଇଅଛି ମୂରତି ।