ପୃଷ୍ଠା:Alankara Bodhodaya.pdf/୪୩

ଏହି ପୃଷ୍ଠାଟି ସଂଶୋଧିତ ହୋଇନାହିଁ

ବାସୁଦେବ ଗ୍ରନ୍ଥାବଳୀ


କାଳାନନ୍ତର ଚିତ୍ରା ଚନ୍ଦ୍ରମ ଦୁହିଙ୍କ ପରି ଶୋଭିତ ହେଲେ । ଅଦ୍ର ଚିତ୍ରା ନକ୍ଷତ୍ରରେ ଚନ୍ଦ୍ର ସର୍ବଦା ଶୋଭିତ ହୁଅନ୍ତି, ସୁଦକ୍ଷିଣା ଦିଲୀପ ଦୁହିଁଙ୍କର ଗମନ କାଳୀନ ଶୋଭା କାଦାଚିତ୍କ, ଅତଏବ ଏକକାଳୀନ ଉପମାନ ହେବାରୁ କାଳଜୋଊଦ ଜୋହଲା । ପୁରୁଷଭେଦ - ଯଥା, ଲତେବ ରାଜସେ ତନ୍ମି ! ଅତ୍ର ଲତା ଯଥା ରାଜତେ ତଥ୍ୟ ତୃ”ତୁ ରାଜସେ ଏପରି ହେବାରୁ ପୁରୁଷ ଭେଦ ଚିରଂ ଜୀବଡୁ, ତେ ସୁନୁ, ମାର୍କଣ୍ଡେୟ ମୁନିର୍ଯଥା । ଅତ୍ର ମାର୍କଣ୍ଡେୟ ମୁନି ଚିରଂଜୀବୀ, ବର୍ତମାନ ତାଙ୍କ ସହିତରେ ଉପମା ଦ୍ବାରା ଜୀବଡୁ, କ୍ରିୟାର ଅନ୍ୟ ଅଘଟନା ହେଲା ; ଅତଏବ ବିଧୁର ଭଙ୍ଗ ହେଲା । ଏହି ଉପମାରେ ଲିଙ୍ଗ, ବଚନ ଭେଦ ହେଲେ ମଧ୍ୟ ଯେଉଁଠାରେ ସାଧାରଣ ଧର୍ମର ଅନ୍ଯଥାକରଣ ନ ହୁଏ, ସେଠାରେ ଦୋଷ ହୁଏ ନାହିଁ, ଯଥା - ମୁଖ୍ୟ ଚନ୍ଦ୍ର ଇବା ଭାତି । ଅତ୍ର ଆଭାତି ରୂପ ସମାନ ଧର୍ମ ମୁଖରେ ଓ ଚନ୍ଦ୍ରରେ ରହିଥୁବାରୁ ମୁଖଶବ୍ଦ ନପୁଂସକ ଲିଙ୍ଗ ଓ ଚନ୍ଦ୍ର ଶବ୍ଦ ପୁଂଲିଙ୍ଗ ହେଲେ ମଧ୍ୟ ଦୋଷ ହେବ ନାହିଁ । ଅନୁପ୍ରାସର ବୈଫଲ୍ୟ ହେଲେ ସେ ଅପୁଷ୍ଟାର୍ଥତା ଦୋଷର ଅନ୍ତର୍ଭୁକ୍ତ - ଯଥା, ବଙ୍ଗଳା ଶ୍ରୀ ରାଗେ । ପରଶୁରାମ ପରବେଶ ହୋଇଲେ ପରମ ରସରେ ପୁରି, ସୁକୁମାର ରାଜକୁମାରଙ୍କ ଶିର-ହରଣ ବ୍ରତ ଆଚରି । ଅତ୍ର ଏହି ଅନୁପ୍ରାସରେ ବୀରରସ ବିରୋଧୀ ବର୍ଣ୍ଣନ ପ୍ରୟୋଗ ହେବାରୁ ଆରଭଟୀ ବୃତ୍ତବ୍ଯାନୁପ୍ରାସର ବୈଫଲ୍ୟ ହେଲା । ସମାସେକ୍ତି ଅଳଂକାରରେ ସାଧାରଣ ବିଶେଷଣ ବଶରୁ ପଦାର୍ଥର ପ୍ରତୀତି ହେଲେ ମଧ ପୁନର୍ବାର ଶବ୍ଦଦ୍ବାରା ଯେ ପଦାର୍ଥର କଥନ, ସେ ପୁନରୁକ୍ତି ଦୋଷର ଅନ୍ତର୍ଭୁକ୍ତ - ଯଥା, ଆଷାଢ଼ ଶୁକ୍ଳ ରାଗେ ଅନୁରାଗ ଯୁକ୍ତ ସୁନ୍ଦର ତନ୍ମ, ନୟନାନନ୍ଦ କରୁଛନ୍ତି ଭାନୁ, କେବଳ ହେବାରୁ ବସୁ” ବିହୀନ, ପ୍ରତିବୀ ଗଣିକା ନରଖି ମାନ,* କିରଣ, ଦ୍ରବ୍ୟ ।