ପୃଷ୍ଠା:Alankara Bodhodaya.pdf/୪୮

ଏହି ପୃଷ୍ଠାଟି ସଂଶୋଧିତ ହୋଇନାହିଁ

ଅଳଂକାରବୋଧୋଦୟ ୧୨୩

ବକ୍ତା। ଯେବେ ବୈୟାକରଣ ହୋଇଥିବ ଓ ବାକ୍ୟାର୍ଥ ଯେବେ ବ୍ୟାକରଣାର୍ଥ ପ୍ରତିପାଦ୍ୟ ହୋଇଥିବ ତେବେ କଷ୍ଟତ୍ୱ, ଦୁଃଶ୍ରବତ୍ୱ ଗୁଣ ହେବ ।
ବୈୟାକରଣ ବକ୍ତାରେ କଷ୍ଟତ୍ୱ ଗୁଣ - ଯଥା,
ଦିଧୀ ବେବୀ ସମଃ କଣ୍ଠିଦଗୁଣ ବୁଧ୍ୟୋରଭାଜନଂ,
କ୍ୱିପ୍ ପ୍ରତ୍ୟୟ ନିଭଃ କଶ୍ଚିତ୍ ଯତ୍ର ସନ୍ନିହତତେ ତ୍ୱୟି ।*
ବାକ୍ୟାର୍ଥର ବ୍ୟାକରଣାର୍ଥ ପ୍ରତିପାଦ୍ୟତ୍ୱରେ ଦୁଃଶ୍ରବତ୍ୱ ଗୁଣ - ଯଥା,
ଅତ୍ରାତାପ୍‌ସ ମୁପାଧ୍ୟାୟ ! ତ୍ୱାମହଂ ନ କଦାଚନ ।**
ଅତ୍ର ଅତାପ୍‌ସଂ ଏହି ଦୁଃଶ୍ରବ ପଦ ଗୁଣ ।
ଅଧମୋକ୍ତିମାନଙ୍କରେ ଗ୍ରାମ୍ୟତ୍ୱଦୋଷ ଗୁଣ ହେବ - ଯଥା,
କଳଶା ରାଗେ, ବିଦୂଷକୋକ୍ତି
ଚନ୍ଦ୍ରମଣ୍ଡଳ ଲହୁଣି ପିଣ୍ଡ ପରି ଦିଶେ,
ତାହାଙ୍କ କିରଣ ଦୁଧ ଧାରା ପରି ଖସେ ।
ନିର୍ହେତୁତା ଦୋଷ ଖ୍ୟାତି ଅର୍ଥରେ ଗୁଣ ହୁଏ - ଯଥା,
ବର୍ତ୍ତମାନ ସନ୍ଧ୍ୟା ସମୟ, ଚକ୍ରବାକ ଦ୍ୱନ୍ଦର ବିଚ୍ଛେଦ କରୁଅଛି ।
ଅତ୍ର ସନ୍ଧ୍ୟା ହେଲେ ଚକ୍ରବାକର ବିଚ୍ଛେଦ ହୁଏ ଏ ଅର୍ଥ ଖ୍ୟାତ ଥିବାରୁ ନିର୍ହେତୁତା ଦୋଷ ହେଲା ନାହିଁ ।
କବିମାନଙ୍କର ସମୟରେ (ବ୍ୟବହାରରେ) ଖ୍ୟାତିବିରୁଦ୍ଧ ଦୋଷ, ଗୁଣ ହୁଏ ।
କବିମାନଙ୍କର ବ୍ୟବହାର - ଯଥା,
ମାଳିନ୍ୟ, ବ୍ୟୋମରେ ଓ ପାପରେ; ଧବଳତା, ଯଶରେ ଓ ହାସରେ ଏବଂ କୀର୍ତ୍ତିରେ; ରକ୍ତତା, କ୍ରୋଧରେ ଓ ରାଗରେ (ଅନୁରାଗରେ); ପଙ୍କଜ ଓ ଇନ୍ଦିବର ସମୁଦ୍ର ଓ ନଦୀରେ; ମରାଳାଦିମାନେ ସମଗ୍ର ଜଳସ୍ଥାନରେ ବର୍ଣ୍ଣିତ ହେବେ । ଏବଂଚ ଚକୋର କର୍ତ୍ତୃକ ଜ୍ୟୋତ୍ସ୍ନାପାନ; ଜଳଧର ସମୟରେ ହଂସମାନଙ୍କର ମାନସ ଗମନ; ପାଦଘାତରୁ ଅଶୋକର ବିକଶନ, ସ୍ତ୍ରୀମାନଙ୍କ ଗଣ୍ଡୁଷ ମଦିରାଦି ଦ୍ୱାରା ବକୁଳୋଦ୍‌ଗମ; ବିପ୍ରଯୋଗତାପ ଦ୍ୱାରା ଯୁବାମାନଙ୍କର ଅଙ୍ଗସ୍ଥ ହାରମାନଙ୍କ ସ୍ଫୁଟନ, କନ୍ଦର୍ପର ରୋଲମ୍ବ ମାଳାରେ ଧନୁର୍ଗୁଣତ୍ୱ ଓ କୁସୁମ ସମ୍ବନ୍ଧ ଧନୁ ଏବଂ ତ‌ତ୍ସମ୍ବନ୍ଧୀ ଶର ବର୍ଣ୍ଣନ, କନ୍ଦର୍ପ ବାଣଦ୍ୱାରା ଓ ସ୍ତ୍ରୀକଟାକ୍ଷ ଦ୍ୱାରା ଯୁବଜନର ହୃଦୟ ଭେଦନ ! ଦିବସରେ ଅମ୍ଭୋଜ,

*ହେ ରାଜନ୍, ଆପଣ ଦିଗ୍‌ବିଜୟ କରନ୍ତେ କେତେକ ଲୋକମାନେ ଦିଧି, ବେବୀ ଧାତୁ ଦ୍ୱୟପରି ଗୁଣ ବୃଦ୍ଧି ରହିତ ହୋଇଅଛନ୍ତି ଏବଂଚ କେତେକ ଲୋକ ଦ୍ୱିପ୍ ପ୍ରତ୍ୟୟ ପରି ସର୍ବାପହାରୀ ଲୋପକୁ ପାଇଅଛନ୍ତି ।

    • ହେ ଉପାଧ୍ୟାୟ, ମୁଁ ତୁମ୍ମଙ୍କୁ କଦାଚିତ୍ ପରିତପ୍ତ କରିନାହିଁ ।