ପୃଷ୍ଠା:Alankara Bodhodaya.pdf/୫୨

ଏହି ପୃଷ୍ଠାଟି ସଂଶୋଧିତ ହୋଇନାହିଁ
ଅଳଂକାରବୋଧୋଦୟ
୧୨୭
 


ହୋଇଥିବ, ଶାନ୍ତ ଶୃଙ୍ଗାର ଅଙ୍ଗ ହେଲେ ବିରୋଧ ହେବ ନାହିଁ । ସବୁ ଦୁଃଶ୍ରବତ୍ୱାଦି ଦୋଷମାନଙ୍କର ଅନୁକରଣ ବର୍ଣ୍ଣନରେ ଦୋଷ ହେବ ନାହିଁ, ଯଥା, ଜଣେ କହିଲା ଦୁଶ୍ଚବନ (ଇନ୍ଦ୍ର)କୁ ନମସ୍କାର; ଅନ୍ୟ ଜଣେ ପରିହାସପୂର୍ବକ କହିଲା ଦୁଶ୍ଚବନକୁ ନମସ୍କାର ବୋଇଲେ ଦୋଷ ହେବ ନାହିଁ, ଏପରି ଦୋଷମାନଙ୍କର ବର୍ଣ୍ଣନର ଔଚିତ୍ୟ ହେତୁରୁ କୌଣସି ସ୍ଥଳରେ ଅଦୋଷତା ଏବଂ କୌଣସି ସ୍ଥଳରେ ଗୁଣତା ଏବଂ କୌଣସି ସ୍ଥଳରେ ଅନୁଭୟତ୍ନତା (ଅଦୋଷ ଗୁଣତା) ହୁଏ ।

ଇତି ଦୋଷ ନିରୂପଣନ୍ନାମ ଚତୁର୍ଥ ପରିଛେଦଃ |
ପଞ୍ଚମ ପରିଚ୍ଛେଦ
ଗୁଣ ନିରୁପଣ

ରସର ମାଧୁର୍ଯ୍ୟାଦି ଗୁଣମାନେ, ଆତ୍ମାର ଶୌର୍ଯ୍ୟାଦି ଗୁଣପରି କାବ୍ୟର ଶୋଭା ସମ୍ପାଦନ କରନ୍ତି । ଏହି ଗୁଣମାନେ ତିନିପ୍ରକାର ଯଥା, ମାଧୁର୍ଯ୍ୟ, ଓଜ, ପ୍ରସାଦ !

ଅଥ ମାଧୁର୍ଯ୍ୟ
ଚିତ୍ତର ଦ୍ରବତ୍ୱକାରୀ ଆହ୍ଲାଦକୁ ମାଧୁର୍ଯ୍ୟ ବୋଲି ।

ଏହି ମାଧୁର୍ଯ୍ୟ ସଂଭୋଗ, କରୁଣ, ବିପ୍ରଲମ୍ବ ଓ ଶାନ୍ତରେ କ୍ରମାନ୍ୱୟ ଅଧକ ହୁଏ । ସ୍ୱବର୍ଗୀୟ ଅନ୍ତ୍ୟବର୍ଣ୍ଣରେ ଯୁକ୍ତ ଅର୍ଥାତ୍ ଙ୍କ ଞ୍ଚ ନ୍ତ ମ୍ପ ଇତ୍ୟାଦି ଏବଂଚ, ଟ ଠ ଡ ତ ଓ ଲଘୁ ର, ଣ ଏତଦ୍‌ବର୍ଜିତ ବର୍ଣ୍ଣମାନେ ଓ ଅସମାସ, ଅଳ୍ପସମାସ ଓ ମଧୁର ରଚନା ଏମାନେ ମାଧୁର୍ଯ୍ୟ ରସର ବ୍ୟଞ୍ଜକ । ଯଥା,


ଅନଙ୍ଗ ମଙ୍ଗଳ ଭୁବ ସ୍ତଦପାଙ୍ଗସ୍ୟଭଙ୍ଗୟଃ
ଜନୟନ୍ତି ମୁହୂର୍ଯୂନା ମନ୍ତଃ ସନ୍ତାପ ସନ୍ତତିଂ ।
ଗୀତ ଯଥା, ବଙ୍ଗଳାଶ୍ରୀ ରାଗେ
ତା ଅପାଙ୍ଗ ଭଙ୍ଗି ଅନଙ୍ଗ ମଙ୍ଗଳ ଆଳୟ ରୂପେ ବିଖ୍ୟାତ,
ଯୁବାଚିତ୍ତ ଗତ ସନ୍ତାପ ସନ୍ତତି ଜାତକରେ ଅବିରତ ।
ଅଥ ଓଜ
ଚିତ୍ତ ବିସ୍ତାର ରୂପ ଦୀପ୍ତିତ୍ୱକୁ ଓଜ ବୋଲି ।
ବୀର, ବୀଭସ୍ଥ, ରୌଦ୍ରମାନଙ୍କରେ ଏହାର କ୍ରମରେ ଆଧିକ୍ୟ ।
ବର୍ଗର ଆଦ୍ୟ, ତୃତୀୟ ଅକ୍ଷରମାନେ, ଆପଣାର ଅନ୍ତ୍ୟବର୍ଣ୍ଣ ଅର୍ଥାତ୍ ଖ, ଘ