ପୃଷ୍ଠା:Alankara Bodhodaya.pdf/୫୩

ଏହି ପୃଷ୍ଠାଟି ସଂଶୋଧିତ ହୋଇନାହିଁ

ବାସୁଦେବ ଗ୍ରନ୍ଥାବଳୀ


ଇତ୍ୟାଦି ବର୍ଣ୍ଣରେ ଯୁକ୍ତ ହୋଇଥିବେ । ଯଥା, କଖ୍‌ଖଟ, ବାଗ‌ଘର, ଏବଂଚ ଅଧ ଉର୍ଦ୍ଧ୍ୱରେ ରେଫ ଯୁକ୍ତ ହୋଇଥିବ ଯଥା, ଅର୍କ, ବକ୍ର, ଅର୍ଘ, ବ୍ୟାଘ୍ର ଏବଂଚ ଟ ଠ ଡ ଢ ଓ ଶ ଷ ଓ ସମାସ ବାହୁଲ୍ୟ ଓ ଉଦ୍ଧତ ଘଟନା ଏମାନେ ଓଜଗୁଣର ଦ୍ୟୋତକ ହୁଅନ୍ତି । ଯଥା, ଚଞ୍ଚ ଭୁଜ ଭ୍ରମିତ ଚଣ୍ଡ ଗଦା ଭିଘାତ ସଂଚୂର୍ଣ୍ଣିତୋରୁ ଯୁଗଳ ସଧ୍ୟ ସୁଯୋଧନସ୍ୟ । ସ୍ତ୍ୟାନା ବନଦ୍ଧ ଘନଶୋଣିତ ଶୋଣ ପାଣି ରୁତ୍ତଂସୟିଷ୍ୟତି କଚାଂ ସ୍ତବ ଦେବି ଭୀମଃ | ଗୀତ, ଯଥା, କବିତାବଳୀ ପୂ୨୯ଷ୍ଠା ପ୍ରଚଣ୍ଡ ପାଣ୍ଡବ ଯୋଧେ ଆୟୁଧ ଭାସ୍ୱର, ଧରି କ୍ରୋଧେ ମହାଯୁଦ୍ଧେ ଧାଇଁଲେ ସତ୍ୱର । ଅଥ ପ୍ରସାଦ ଅଗ୍ନି ଯେପରି ଶୁଷ୍କ କାଷ୍ପରେ ବ୍ୟାପ୍ତହୁଏ ସେହିପରି ଯେଉଁ ଗୁଣ, ଚିତ୍ତକୁ ଶୀଘ୍ର ପ୍ରବିଷ୍ଟ ହୁଏ ଏବଂ ସମସ୍ତ ରଚନାରେ ଓ ରସରେ ସାଧାରଣ ରୂପରେ ରହେ ତାକୁ ପ୍ରସାଦ ବୋଲି । ଏବଂଚ ଶ୍ରବଣ ମାତ୍ରରେ ଅର୍ଥ ବୋଧକ ଶବ୍ଦମାନେ ପ୍ରସାଦ ଗୁଣର । ଯଥା, ସୂଚୀ ମୁଖେନ ସକୃଦେବ କୃତ ବ୍ରଣସ୍ତ୍ୱଂ ମୁକ୍ତାକଳାପ ! ଲୁଠସି ସ୍ତନୟୋଃ ପ୍ରିୟାୟାଃ| ବାଣୈଃ ସ୍ମରସ୍ୟ ଶତଶୋ ବିନି କୃନ୍ତମର୍ମା, ସ୍ୱେପ୍ନେଽପିତା° କଥମହଂ ନ ବିଲୋକୟାମି । ଗୀତ ଯଥା, କବିତାବଳୀ ପୃ୨ଷ୍ଠା ତୁମ୍ଭ ପରିମଳ ଘେନି ମଳୟ ପବନ, ବିଭୁଙ୍କ ପ୍ରସାଦ ବୋଲି କରେ ବିତରଣ । ଇତି ଗୁଣନିରୂପଣନ୍ନାମ ପଞ୍ଚମ ପରିଚ୍ଛେଦଃ ।

ଷଷ୍ଠ ପରିଚ୍ଛେଦ ଅର୍ଥାଳଂକାର

ଅଳ°କାରମାନେ ଶବ୍ଦ ଅର୍ଥରେ ଅସ୍ଥିର ସ୍ୱରୂପେ ରହି, କଟକ କୁଣ୍ଡଳାଦି ପରି ଶରୀର ଶୋଭାକୁ ଅତିଶୟିତ କରି, ରସାଦିର ଉପକାର କରନ୍ତି । ଏହି ଅଳଙ୍କାର ଦୁଇପ୍ରକାର : -