ପୃଷ୍ଠା:Alankara Bodhodaya.pdf/୫୬

ଏହି ପୃଷ୍ଠାଟି ସଂଶୋଧିତ ହୋଇନାହିଁ

ଅଳଂକାରବୋଧୋଦୟ


ଗୌରୀ ପତି ଶୁଦ୍ଧ ପ୍ରୀତି ଦିଅନ୍ତୁ ଗତି ଯେ ।' ଅତ୍ର “ଗୌରୀ ପତି ଶୁଦ୍ଧ ପ୍ରୀତି', ଏପଦ ଦୁର୍ଗାପକ୍ଷେ ସଭଙ୍ଗ, ବିଷ୍ଣୁ ଶିବପକ୍ଷେ ଅଭଙ୍ଗ ହୋଇ ଉଭୟାମ୍ବକ ହେଲା । ଏହାର ବିଶେଷ ବିବରଣ କୁବଳୟାନନ୍ଦ ଗ୍ରନ୍ଥରୁ ଜାଣିବାକୁ ହେବ । ପଦ୍ମ, ଖଡ୍ଗ, ମୁରଜ, ଚକ୍ରମାନଙ୍କରେ ବର୍ଣ୍ଣ ବିନ୍ୟାସ ହେଲେ ତାକୁ ଚିତ୍ର କାବ୍ଯ ବୋଲି !। ଏହା କାବ୍ୟରେ ଗ୍ରନ୍ଥୀଭୂତ ହେବାରୁ ବର୍ଣ୍ଣନା ନେବାହିଲା ଏବଂ ଚ ପ୍ରହେଳିକା ମଧ, ରସର ବିରୋଧୀ ହେବାରୁ ଅଳଙ୍କାରରେ ଗଣନା କରାନଗଲା; କିନ୍ତୁ ବୃତ୍ୟୁତ ଦତ୍ତାକ୍ଷରାଦି ଭେଦରେ କାବ୍ୟ ଉକ୍ତିର ବୈଚିତ୍ରତ୍ଯୁ ଥୁବାରୁ ନିମ୍ନୋ ପ୍ରକାଶକହୁଁ । ଚ୍ଯୁତାକ୍ଷର - ଯଥା, ଚକ୍ରକେଳି ରାଗେ “ଯୌବନେ କୁସୁମ ମାନେ ଫୁଟିଲେ ।' ଅତ୍ର ଯୌବନରେ କୁସୁମ ଫୁଟିବାର ଅସଙ୍ଗୀତ ବୋଧ ହେବାରୁ ‘ଯୌ ଅକ୍ଷରକୁ ଟୁଖ୍ୟତ କରାଗଲା । ଦତ୍ତାକ୍ଷର - ଯଥା, ଚକ୍ରକେଳି ରାଗେ “ସାଲେ କୋକିଳ ଧ୍ବନିକି ରଚିଲେ ।' ଅତ୍ର ସାଳ ବୃକ୍ଷରେ କୋକିଳଧ୍ବନି, କବିସମ୍ପ୍ରଦାୟ ସିଦ୍ଧ ନୁହେଁ; ଅତଏବ “ସାଲେ' ଏହି ଶବ୍ଦପୂର୍ବରେ ଋକାର ଦତ୍ତ କରିବାର ଆବଶ୍ୟକ ହେଲା । ଟୁଖ୍ୟତଦତ୍ତାକ୍ଷର - ଯଥା, ଉକ୍ତ ରାଗେ ଚଦନ ପୀଡ଼ାରେ ମୃଗଲୋଚନା ପତି ବିଛେଦରେ କଳା ଶୋଚନା । ଅତ୍ର ପତି ବିଛେଦରେ ବଦନପୀଡ଼ା ହେବାର ଅସଙ୍ଗୀତ ଜାଣି “ବଦନ' ଶବ୍ଦରୁ ବକାର ଟ୍ରଦ୍ୟୁତକରି ମକାର ଦତ୍ତ କରାଗଲା । ଅଥ ଅର୍ଥକ୍ୟକାର ଉପମାନ ଉପମେୟ ଦୁହିଙ୍କର ଯେଉଁଠାରେ ସାଦୃଶ୍ୟ ଉତ୍ତମରୂପେ ଉଲ୍ଲସିତ' ହୁଏ, ତାକୁ ଉପମାଳୀକାର ବୋଲି - ଯଥା, କବିତାବଳୀ ପୂ୨୧ଷ୍ଟା “ବିଷ୍ଣୁ ପ୍ରାୟେ ନୀଳନୀରଦ ବର; ବନମାଳା ପ୍ରାୟେ ଚାପ ଇନ୍ଦ୍ରର !' ଅତ୍ର ନୀଳନୀରଦ, ଉପମେୟ ବିଷ୍ଣୁ, ଉପମାନ ପ୍ରାୟ ଶବ୍ଦ, ବାଚକ ନୀଳଗୁଣ, ସମାନଧର୍ମ ।

  • ଉଲ୍ଲସିତ ଅର୍ଥାତ୍ ଉପମାନ, ଉପମେୟ, ସମାନଧର୍ମ, ବାଚକ, ଏତତ୍‌ସାମଗ୍ରୀ ବିଶିଷ୍ଟ । ବାଟକର ଅର୍ଥ ଯଥା, ପରି, ପ୍ରାୟ ।