ପୃଷ୍ଠା:Alankara Bodhodaya.pdf/୫୮

ଏହି ପୃଷ୍ଠାଟି ସଂଶୋଧିତ ହୋଇନାହିଁ

ଅଳଂକାରବୋଧୋଦୟ


ଅନାଦର ହୁଏ - ଯଥା, ହେ ମୁଖ ! ତୋର ଗର୍ବ କରିବାର ବୃଥା); କାନ୍ତି ଦ୍ବାରା ଚନ୍ଦ୍ର ତ କେତାହ ସମାନରେ ଅଛନ୍ତି । ଅତ୍ର ବର୍ଣ୍ଣଚ୍ୟ ଯେ ମୁଖ, ତାହାର ଅନାବର କରି, ଉପମେୟ ଚନ୍ଦ୍ରର ଲାଭ ହେଲା ! ତୃତୀୟ ପ୍ରତୀପାଳୀ - ବର୍ଣ୍ଣ ବ୍ୟକ୍ତିର ଉପମାନ ଲାଭଦ୍ବାରା ସେହି ବର୍ଣ୍ଣ ବ୍ୟକ୍ତିର ତିରସ୍କାରକୁ - ଯଥା, ହେଶମନ, ତୁମର ଧୈର୍ଯ୍ୟ ଦର୍ପ କାହିଁ, ତୁମ୍ଭ ଉପମାନରେ ତ ସ୍ତ୍ରୀମାନେ ଅଛନ୍ତି । ଅତ୍ର ବର୍ଣ୍ଣ ବ୍ୟକ୍ତି ଶମନ, ତାହାର ଉପମାନଭୂତ ସ୍ତ୍ରୀମାନଙ୍କ ଦ୍ବାରା ସେହି ଶମନର ତିରସ୍କାର ହେଲା । ଚତୁର୍ଥ ପ୍ରତୀପାଳୀ - ବର୍ଣ୍ଣ ବ୍ୟକ୍ତି ସହିତରେ ଅନ୍ୟ ବ୍ୟକ୍ତିର ଯେଉଁଠାରେ ଉପମାର ଅନିଷ୍ପରି କଥନ ହୁଏ - ଯଥା, ହେ ମୁଗ୍ଧାକ୍ଷି ! ତୋହ ମୁଖ ସଦୃଶ ଅମ୍ବୁଜ ଅଛି ବୋଲି ଯେ ପ୍ରବାଦ, ସେ ମିଥ୍ୟାବାଦ ମାତ୍ର । ଅଦ୍ର ବର୍ଣ୍ଣୟ ଯେ ମୁଖ, ତାହା ସହିତରେ ଅନ୍ୟ ବ୍ୟକ୍ତି ଅମ୍ବୁଜର ଉପମା ନିଷ୍ପଭିର ପଞ୍ଚମ ପ୍ରତୀପାଳୀ - ଯେଉଁଠାରେ ଉପମାନର ତୁଚ୍ଛତା କଥନ ହୁଏ - ଯଥା, ତୁମ୍ମର ବଦନକୁ ଦେଖିଲେ, ପଦ୍ମ ଓ ଇନ୍ଦୁ ଦର୍ଶନରେ ଆମ୍ମର ବିରକ୍ତି ଜାତ ହୁଏ । ଅତ୍ର ଉପମାନ ଭୂତ ପଦ୍ମ ଇନ୍ଦୁ ଦୁହିଙ୍କର ତୁଚ୍ଛତା କରଣ ହେଲା । ରୂପକାଳୀକାର ଉପମାନ ସହିତରେ, ଉପମେୟର ଅଭେଦ ଓ ତହୁପତା ଏ ଦୁଇ ପ୍ରକାରକୁ ରୂପକାଳୀକାର ବୋଲି । ଏହି ରୂପକ ଆଧକ୍ୟ, ନୂଲ୍ୟନତା, ଅନୁଭୟୋକ୍ତି ଭେଦରେ ତିନି ପ୍ରକାର । ରାଜଶମ୍ବୁ ସମ ଦୃଷ୍ଟିତାକୁ ପ୍ରକାଶକରି ସ୍ବରାଜ୍ୟ ପାଳନ କରୁଅଛନ୍ତି । ଅତ୍ର, ଶମ୍ବୁଙ୍କର ବିଷମ ଦୃଷ୍ଟି, ତ୍ରିନେତ୍ରରେ ପାଳନ, ଏହି ରାଜ ରୂପ ଶମ୍ବୁଙ୍କର ସମଦୁଷ୍ଟିରେ ପାଳନ, ଅତଏବ ରାଜା ଶସ୍ତୁ ହେଲେ, ଏହି ଅଭେଦରେ ସମ ଦୃଷ୍ଟିତ ରୂପ ଅଧକ୍ୟ । ଅଭେଦରେ ନୁହ୍ଯନତା - ଯଥା, ଏହି ରାଜା, ତୃତୀୟ ଲୋଚନ ହୀନ ହୋଇ, ଶମ୍ବୁସ୍ବରୂପରେ ବିରାଜିତ ହୋଇଅଛନ୍ତି ।