ପୃଷ୍ଠା:Alankara Bodhodaya.pdf/୬୪

ଏହି ପୃଷ୍ଠାଟି ସଂଶୋଧିତ ହୋଇନାହିଁ

ଅପରାତୁଲ୍ଯଯୋଗିତା - ହିତାହିତରେ ସମାନ ବ୍ୟବହାରକୁ - ଯଥା, ଆପଣ ମିତ୍ର ଶତ୍ରୁ ଦୁହିଙ୍କୁ ପରାଭୂତି ଦେଉଅଛ । ଅତ୍ର ମିତ୍ରପକ୍ଷେ ପରାଭୂତି (ଉତ୍କୃଷ୍ଣ ସମ୍ପରି), ଶତୃପକ୍ଷେ ପରାଭୂତି (ପରୀଭବ); ଅତଏବ ହିତାହିତରେ ଶ୍ଳେଷ ଦ୍ୱାରା ତୁଲ୍ୟ ବ୍ୟବହାର ହେଲା ! ଅନ୍ୟତୁଲ୍ୟ ଯୋଗିତା ଗୁଣୋତ୍କୃଷ୍ଟ ବ୍ୟକ୍ତି ସହିତରେ ତୁଲ୍ଯତ୍ବ କଥନକୁ - ଯଥା, ହେ ରାଜନ୍, ଆପଣ ଧର୍ମରାଜ ଓ ଚରୁଣ ଏବଂ ଶ୍ରୀଦ ଓ ଶକ୍ଳ । ଅତ୍ର ଇନ୍ଦ୍ରାଦି ଲୋକପାଳଙ୍କ ସହିତ ବର୍ଣ୍ଣନୀୟ ରାଜାଙ୍କର ତୁଲ୍ୟ ଯୋଗିତା କଥାନ ଜୋହଲା | ଦୀପକାନଂକାର - ବର୍ଣ୍ଣ ଅବର୍ଣ୍ଣ ଦୁହିଙ୍କର ଏକଧର୍ମ କଥନକୁ - ଯଥା, ମଦରେ କରି କଲଭ ଓ ପ୍ରତାପରେ ରାଜା ଶୋଭା ପାଆନ୍ତି । ଅଦ୍ର ଉଭୟନିଷ୍ପ ଶୋଭା ରୂପ ଧର୍ମ ଏକତ୍ର କଥୁତ ହେଲା । ପ୍ରତିବସ୍ତୁପମାଳୀ - ଦୁଇ ବାକ୍ୟରେ ଯେବେ ଗୋଟିଏ ସାମାନ୍ୟ ଧର୍ମ ଥାଏ - ଯଥା- ତାପ ଦ୍ବାରା ସୂର୍ଯ୍ୟ ଯେପରି ଶୋଭିତ ହୁଅନ୍ତି, ସେହିପରି ଚାପ ଦ୍ବାରୀ ଶୁର ବ୍ୟକ୍ତି ଏକା ଶୋଭିତ ହୁଏ । ଅତ୍ର ଦୁଇ ବାକ୍ୟରେ ବସ୍ତୁପ୍ରତି ବସ୍ତୁର୍ଘଟିତ ଉପମାଦ୍ବାରା ଶୋଭା ରୂପ ସାମାନ୍ୟ ଧର୍ମର କଥନ ହେଲା । ଦୃଷ୍ଟାନ୍ତାଳୀ - ବିମ୍ବା ପ୍ରତିବିମ୍ବା ଭାବ ବର୍ଣ୍ଣନକୁ - ଯଥା, ଆପଣଙ୍କ ପରି କୀର୍ତ୍ତିମନ୍ତ କେହି ନାହାନ୍ତି ଓ ଚନ୍ଦ୍ରଙ୍କ ପରି କାନ୍ତିମନ୍ତ କେହି ନାହିଁ । ଅତ୍ର କୀରି ବିମ୍ବସ୍ଥାନି, କାନ୍ତି ପ୍ରତିବିମ୍ବସ୍ଥାନି । ନିଦର୍ଶନାଳୀ - ସମାନ ବାକ୍ୟ ଦ୍ୱୟର ଐକ୍ୟରୋପକୁ - ଯଥା, ଦାତାର ଯେ ସୌମ୍ୟତା (ସାଧୁତା)। ସେହି କେବଳ ପୂର୍ବେଦୂର ଅଜଙ୍ଗକତା । ଅଥବା ଦୁର୍ଜନର ଯେ ସେବା ସେହି କେବଳ ମୃତ୍ୟୁ । ଅନ୍ୟ ପ୍ରକାର ନିଦର୍ଶନାଳୀ - କୌଣସି ମାନଙ୍କ ମତରେ ପଦାର୍ଥ ଦୁହିଙ୍କର ଏକତ୍ମା ରୋପକୁ - ଯଥା, ତୁମ୍ଭର ନେତ୍ର ଯୁଗଳ ନୀଳପଦ୍ମ ଲୀଳାକୁ ଧାରଣ କରିଅଛି । ଅତ୍ର ନେତ୍ର ଓ ପଦ୍ମ ଏ ଦୁଇ ପଦାର୍ଥ ଐକ୍ୟାରୋପ ହେଲା । ଅପରା, ନିଦର୍ଶନାଲଂ - କ୍ରିୟା ଦ୍ବାରା ସଦସତ୍ ଅର୍ଥ ଦୁହିଙ୍କର ବୋଧନକୁ - ଯଥା-ରାଜବିରୋଧୀ ନାଶକୁ ପ୍ରାପ୍ତ ହୁଏ ବୋଲି ଚକ୍ରୋଦୟରେ ତମ8 କ୍ଷୀଣ ହେଉଅଛି । ଅତ୍ର ଯେ ରାଜ ବିରୋଧୀ ହେବ ସେ ମୋ ପରି କ୍ଷୟକୁ ଲଭିବ, ତମ। ଏହା କହି ନିଦର୍ଶନାସ୍ବରୂପ ହେଲା !