ପୃଷ୍ଠା:Alankara Bodhodaya.pdf/୬୫

ଏହି ପୃଷ୍ଠାଟି ସଂଶୋଧିତ ହୋଇନାହିଁ

ବାସୁଦେବ ଗ୍ରନ୍ଥାବଳୀ ବ୍ୟତିରେ କାଳୀ - ଉପମେୟର ବିଶେଷ କଥନକୁ - ଯଥା, ହେ ମହାରାଜ ! ଆପଣଙ୍କ କର ଏବଂ କହୂତରୁ ପଲ୍ଲବ। ଏ ଦୁହିଙ୍କର ଏତିକି ବ୍ୟତିରେକ (ଭେଦ) ଅଛି; ଯେହେତୁ କଚ୍ଛତରୁ ପଲ୍ଲବ କର୍ଣ୍ଣକୁ ଭୂଷିତ କରେ; ଆପଣଙ୍କ କର କର୍ଣ୍ଣ (କର୍ଣ୍ଣଦାତା)କୁ ତିରସ୍କୃତ କରୁଅଛି । ଅତ୍ର କଚ୍ଛତରୁ ପଲ୍ଲବ ଉପମାନ, କର ଉପମେୟ, ଅତଏବ କରର ଉତ୍କର୍ଷ କୁହାଗଲା । ସହୋତ୍କଟ୍ଯଳୀ - ସହଯୋଗ କଥନ ଯେବେ ଜନରଞ୍ଜନ ହୁଏ - ଯଥା, ଶତ୍ରୁମାନଙ୍କ ସହିତରେ ଆପଣଙ୍କ କୀରି ଦିଗନ୍ତକୁ ଗତ ହେଲା । ଏହାର ତାତ୍ପର୍ଯ୍ୟ ଏହି - କୀର୍ତି ଦିଗନ୍ତବ୍ୟାପିନୀ ହେଲା ଓ ଶତୃମାନେ ଦିଗନ୍ତକୁ ପଳାଯନ କଲେ । ଅତ୍ର ଏହି ଏକ ଉକ୍ତିଦ୍ବାରା ଜନମନୋହର ଅର୍ଥ ପ୍ରକାଶ ହେଲା; କିନ୍ତୁ ପୁତ୍ର ସହିତରେ ପିତା ଉପଗତ ହେଲା, ଏହି ସହୋଢ଼ି, ଜନରଞ୍ଜନ ନୁହେଁ । ବିନୋକ୍ତାଖ୍ଯାଳଙ୍କ - କିଛି ବ୍ୟତିରେକରେ ଯେବେ ପ୍ରସ୍ତୁତ ପଦାର୍ଥ ହୀନ ରୂପରେ ବିଦ୍ୟା ସୃହଣୀୟ ପଦାର୍ଥ, କିନ୍ତୁ ବିନୟ ସମ୍ପଢି ବିନା ସଦୋଷ ଅଟେ | ଅତ୍ର ବିନୟ ସମ୍ପରି ବ୍ଯତିରେକରେ ବିଦ୍ୟାର ହୀନତା କଥୁତ ହେଲା । ସମାସେକ୍ତୋଳ° - ପ୍ରସ୍ତୁତାର୍ଥରେ ଅପ୍ରସ୍ତୁତାର୍ଥର ପ୍ରକାଶନକୁ - ଯଥା, ଦେଖିବା ହେଉ ଏହି ରକ୍ତଚନ୍ଦ୍ରମା, ଐନ୍ଦ୍ରୀମୁଖକୁ ଚୁମ୍ବିତ କରୁଅଛି । ଅତ୍ର ପ୍ରସ୍ତୁତାର୍ଥ ଚନ୍ଦ୍ରମୀ, ଐନ୍ଦ୍ରୀ [ପ୍ରାଚୀଦିଗ], ଏହାଙ୍କ ବର୍ଣ୍ଣନରୁ ଚୁମ୍ବନଦ୍ବାରା ଅପ୍ରସ୍ତୁତାର୍ଥ ନାୟିକା ନାୟକ ରୂପ ଅର୍ଥ ପ୍ରତୀତ ହେଲା । ପରିକରାଙ୍କୀ - ବିଶେଷଣ ସଭି ପ୍ରାୟ ହେଲେ - ଯଥା, ସୁଧା°ଶୁ କଳି ତୋରଂସଶିବ, ଆପଣଙ୍କର ତାପକୁ ହରଣ କରନ୍ତୁ । ଅତ୍ର “ସୁଧା°ଶୁ କଳି ତୋରାଂସ' ଏହି ବିଶେଷଣ ତାପ ହରଣ ସାମର୍ଥ୍ୟର ସୂଚକ ହେବାରୁ ସାଜି ପ୍ରାୟ ହେଲା । ପରିକରାଙ୍କୁ ରାଜବଂ - ବିଶେଷଣ ସାଭି ପ୍ରାୟ ହେଲେ - ଯଥା, ଚତୁର୍ଭୁଜ ଦେବତା ଚାରିପୁରୁଷାର୍ଥ (ଧର୍ମର୍ଥ କାମ ମୋକ୍ଷ) ମାନଙ୍କର ଦାତା । ଅତ୍ର ଭୁଜ ଚତୁଷ୍ଟୟ ଧାରଣ ଚତୁର୍ବର୍ଗ ଦାନାଭି ପ୍ରାୟ । ଅପ୍ରସ୍ତୁତ ପ୍ରଶଂସାଳୀ - ପ୍ରସ୍ତୁତାର୍ଥକୁ ଆଶ୍ରୟକରି ଅପ୍ରସ୍ତୁତାର୍ଥର କଥନକୁ - ଯଥା, ଯେ ମେଘଭିନ୍ନ ଅନ୍ୟକୁ ପ୍ରାର୍ଥନା ନ କରେ, ସେ ପକ୍ଷୀମାନଙ୍କ ମଧରେ କୁଶଳ । ଏହାର ତାତ୍ପର୍ଯ୍ୟ ଏହି - ‘ହୀନ ପ୍ରାର୍ଥନା କରଣୀୟ ନୁହେଁ ।