ପୃଷ୍ଠା:Alankara Bodhodaya.pdf/୬୬

ଏହି ପୃଷ୍ଠାଟି ସଂଶୋଧିତ ହୋଇନାହିଁ

ଅତ୍ର “ହୀନ ପ୍ରାର୍ଥନା କରଣୀୟ ନୁହେଁ' ଏହି ପ୍ରସ୍ତୁତୋଦ୍ଦେଶ୍ୟରେ “ଯେ ମେଘଭିନ୍ନ ଅନ୍ୟକୁ ପ୍ରାର୍ଥନା ନ କରେ' । ଏତଦ୍ରୁପ ଅପ୍ରସ୍ତୁତ କଥନଦ୍ବାରା “ହୀନ ପ୍ରାର୍ଥନା କରଣୀୟ ନୁହେଁ' ଏହି ପ୍ରସ୍ତୁତାର୍ଥ ଲାଭ ହେଲା । ପ୍ରସ୍ତୁତାଙ୍କୁରାଳୀ - ପ୍ରସ୍ତୁତ ହ୍ରାରା ପ୍ରସ୍ତୁତର ପ୍ରକାଶନକୁ - ଯଥl, ହେ ଭୂଙ୍ଗ ! ମାଳତୀ ଥାଉଁ ଥାଉଁ କଣ୍ଟକାଚୁର ଜେତକୀରେ କି ପ୍ରୟୋଜନ ? ଏହାର ତାପୂର୍ଯ୍ୟ ଏହି - ସ୍ବନାୟିକା ଥାଉଁ ଥାଉଁ ଅମଙ୍ଗଳକାରିଣୀ ପରନାୟିକାରେ କି ପ୍ରୟୋଜନ ? ଅତ୍ର ସ୍ବନାୟିକା ଥାଉଁ ଥାଉଁ ଇତ୍ୟାଦି ପ୍ରସ୍ତୁତୋଦ୍ଦେଶ୍ୟରେ “ହେ ଭୂଙ୍ଗ' ଇତ୍ୟାଦି ପ୍ରସ୍ତୁତ କଥନଦ୍ବାରା ଫଳତଃ ସ୍ବନାୟିକା ଥାଉଁ ଥାଉଁ ଇତ୍ୟାଦି ପ୍ରସ୍ତୁତାର୍ଥ । ପର୍ଯ୍ୟାୟୋକ୍ତବ୍ଯକ୍ୟ - ଗମ୍ୟାର୍ଥ ଯେବେ ବଚନ ଭଙ୍ଗୀତ୍ବାରା କଥୁତ ହୁଏ - ଯଥା, ଯେଉଁ ରାଜୀ ଶତୃ ସ୍ତ୍ରୀମାନଙ୍କର ସିନ୍ଦୁରବିନ୍ଦୁ ଧାରଣରେ ବିରୋଧୀ ହେଲେ, ସେହି ରାଜୀ ଏତକୀ, ଧନ୍ଯ । ଅତ୍ର ଶତ୍ରୁ ନାଶ କରିବାର ଗମ୍ୟାର୍ଥ ବଚନ ଭଙ୍ଗୀ ଦ୍ୱାରା କଥୁତ ହେଲା । ବ୍ୟାଜସ୍ତୁତି ଅଳଙ୍କକାର ନିନ୍ଦା ସ୍ତୁତି ଏ ଦୁହିଙ୍କ ଦ୍ବାରା ସ୍ତୁତି ନିନ୍ଦା ଦୁହିଙ୍କର କଥନକୁ ବ୍ୟାଜସ୍ତୁତି ଅଳ°କାର ବୋଲି । ନିନ୍ଦାସୂତ୍ଯଳୀ - ଯଥା, ହେ ସ୍ବର୍ଗଙ୍ଗେ, ଆପଣ ପାପୀମାନଙ୍କୁ ସ୍ବର୍ଗକୁ ନେଉଅଛ ଏ କି ବିବେକ ? ଅତ୍ର ନିନ୍ଦା କଥନଦ୍ବାରା ପତିତପାବନୀ ରୂପ ସ୍ତୁତି ପ୍ରାପ୍ତ ହେଲା । ସ୍ତୁତି ନିନ୍ଦାଳୀ - ଯଥା, ଆପଣଙ୍କର ବଡ଼ ବୁଦ୍ଧି, ପର୍ବତ ଅପେକ୍ଷା ବଡ଼ ବୋଇଲେ ଅତ୍ଯୁକ୍ତି ହୁଏ ନାହିଁ । ଅତ୍ର ଏହି ସ୍ତୁତି ଦ୍ବାରା ମୋଟା ବୁଦ୍ଧବ୍ଯ ହେବାର ଜଣାଯାଏ । ବ୍ୟାଜ ନିନ୍ଦାଳୀ” - ନିନ୍ଦାଦ୍ବାରା ନିନ୍ଦୀର ପ୍ରକାଶନକୁ - ଯଥା, ହେ। ବିଧାତଃ, ପୂର୍ବରେ ଆପଣଙ୍କର ଏକଶିରକୁ ଯେ ଛେଦନ କଲେ ସେ ନିଦ୍ୟ । ଏହାର ତାତ୍ପର୍ଯ୍ୟ, ଏହି ଚାରିଶିରକୁ ଛେଦନ କରିଥୁଲେ। ନିଦ୍ୟା ହୋଇ988 ଅଦ୍ର ହରନିନ୍ଦାଦ୍ବାରା ବିଷମ ସଂସାର ପ୍ରବର୍ଭକ ପ୍ରଜାପତିଙ୍କର ନିନ୍ଦା ହେଲା; କାରଣ ସମଗ୍ର ଶିର ଛେଦନ କରିଥଲେ ଆମ୍ଭମାନଙ୍କର ଏପରି ବିଷମ ସଂସାର ଯାତନା ହୁଅନ୍ତା ନାହିଁ ।