ପୃଷ୍ଠା:Alankara Bodhodaya.pdf/୬୭

ଏହି ପୃଷ୍ଠାଟି ସଂଶୋଧିତ ହୋଇନାହିଁ

ବାସୁଦେବ ଗ୍ରନ୍ଥାବଳୀ


ଅକ୍ଷେପାଙକାର - ସ୍ବକୀୟ ଉକ୍ତିର ବିଚାର ଦ୍ବାରା ପ୍ରତିଷେଧକୁ - ଯଥା, ହେ ଚନ୍ଦ୍ର ! ଆପଣ ସ୍ବରୂପକୁ ଦେଖାଅ ନୋଚେତ୍ ପ୍ରିୟା ମୁଖ ତ ଅଛି, ଆପଣଙ୍କ ରୂପ ଦେଖିବାର ଆବଶ୍ୟକ ନାହିଁ । ଅତ୍ର ଚନ୍ଦ୍ର ନିନ୍ଦୀର ଆକ୍ଷେପ ହେଲା । ବିରୋଧାଭାସାଳୀ - ବିରୋଧର ଆଭାସକୁ - ଯଥା, ବିସର୍ଜଇ ଯେ ବଡ଼ ଆନନ୍ଦରେ ଜୀବନ | ବ୍ରହ୍ମପୁତ୍ରକୁ ଭକ୍ଷିବା ଇଚ୍ଛାକଲେ ବିଯୋଗୀ ହୋଇଥୁବା ଜନ । ବୈ:ଶ: ଅତ୍ର ଜୀବନ ଶବ୍ଦ ଜଳବାଚକ ଓ ବ୍ରହ୍ମପୁତ୍ର ଶବ୍ଦ ବିଷ ବାଚକ ହେଲେ ବିରୋଧର ପରିହାର ହେବ । ବିଭାବନାଳୀ - କାରଣ ବ୍ୟତିରେକରେ କାର୍ଯ୍ୟୋପ୍ଭିକୁ - ଯଥା, ତୁମ୍ଭର ଚରଣ, ଲାକ୍ଷୀରସ ବ୍ୟତିରେକରେ ରକ୍ତ ହୋଇଅଛି । ଅତ୍ର ଲାକ୍ଷାରସ କାରଣ ବ୍ୟତିରେକରେ ରକ୍ତିମାକୀଯେର୍ଯ୍ୟପ୍ଭି ହେଲା । ୨ୟ ବିଭାବନାଳୀ - ଅସମ୍ପୂର୍ଣ୍ଣ ହେତୁ ଦ୍ବାରା କାର୍ଯ୍ୟୋପୁରିକୁ - ଯଥା, କନ୍ଦର୍ପ, ଅତୀକ୍ଷଣ ଓ ଅକଠିନ ଅସ୍ତ୍ର ଦ୍ବାରା ଜଗତକୁ ଜିଶୁଅଛି । ଅତ୍ର ଅସ୍ତ୍ର ହେତୁରୁପରେ ଅଛି। କିନ୍ତୁ ତାହାର ତୀକ୍ଷଣତାଦି ଧର୍ମ ସମ୍ପୁର୍ଣ୍ଣ ରୂପରେ ନାହିଁ । ୩ୟା ବିଭାବନାଳୀ - ପ୍ରତିବନ୍ଧକଯୁକ୍ତ କାର୍ଯ୍ୟୋତ୍ପରିକୁ - ଯଥା, ରାଜନ୍ ! ଆପଣଙ୍କ ଅସି-ଭୂଜଙ୍ଗମ ନରେନ୍ଦ୍ରମାନଙ୍କୁ ଦୀଶନ କରୁଅଛି । ଅତ୍ର ନରେନ୍ଦ୍ର ଶବ୍ଦର ଅପର ଅର୍ଥ ବ୍ୟାଳଗ୍ରାହୀ, ତାକୁ ଭୁଜଙ୍ଗମ ଙଶନ କରିବା ବିଷୟରେ ପ୍ରତିବନ୍ଧକତା ଅଛି, ତଥାପି ନରେନ୍ଦ୍ର ଶବ୍ଦ ରାଜା ବାଚକ ହୋଇ କାଯୋବ୍ୟାପୁରି କଳା । ୪ଥୀ ବିଭାବନାଳୀ - ଅନ୍ୟ କାରଣରୁ କାର୍ଯ୍ୟୋତ୍ପତ୍ତିକୁ - ଯଥା, ଶଙ୍ଖରୁ ବୀଣାଧୁନି ଉଦିତ ହେଲା । ଏହାର ତାତ୍ପର୍ଯ୍ୟ ଏହି - କଣ୍ଠ ଧ୍ବନି ବୀଣ ଧ୍ବନି ସଦୃଶ ହୋଇଅଛି । ଅତ୍ର ଶଙ୍ଖ, ବୀଣାଧୁନି ଉତ୍ପତ୍ତିର କାରଣ ନୁହେଁ । ୫ମୀ ବିଭାବନାନଂ - ବିରୁଦ୍ଧ କାର୍ଯ୍ୟୋପ୍ଭିକୁ - ଯଥା, ହେ। ତନ୍ମି, ଶୀତା°ଶୁକିରଣମାନେ ମୋତେ ପରିତପ୍ତ କରୁଅଛନ୍ତି । ଶୀତା ଶୁକିରଣ ତାପଜନକ ନୁହେଁ, କିନ୍ତୁ ଅତ୍ର ବିରହୀର ତାପଜନକ ହୋଇ ବିରୁଦ୍ଧ କାର୍ଯ୍ୟ କଲା । ୬ଷ୍ଠୀ ବିଭାବନାନଂ - କାର୍ଯ୍ୟ ଯେବେ କାରଣ ଉତ୍ପନ୍ନ ହୁଏ - ଯଥା,